Latest Odisha News

BREAKING NEWS

କାଲିଠୁ ବର୍ଷୁଛି, ମାଲକାନଗିରିରେ ବନ୍ୟା ପରିସ୍ଥିତି

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ଗତକାଲିଠାରୁ ବର୍ଷା ଚାଲିଛି । ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଓ ପୋଲ ଉପରେ ବହୁଛି ବର୍ଷା ପାଣି । ପ୍ରଭାବିତ ହୋଇଛି ଜନଜୀବନ ।

ଲଗାଣ ବର୍ଷାରେ ପୋଟେରୁ ପୋଲ ଉପରେ ୩ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି-କାଲିମେଳାକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ ।

କାଙ୍କରକୋଣ୍ଡା ଓ ଏମଭି-୯୦ ନିକଟ ପୋଲ ଉପରେ ବର୍ଷା ପାଣି ବହୁଥିବାରୁ ଯାତାୟତ ପ୍ରଭାବିତ ହୋଇଛି । ଫଳରେ ମାଲକାନଗିରିରୁ କାଳିମେଳା ସମେତ ମୋଟୁ, ପଡ଼ିଆ ଆଦି ସ୍ଥାନକୁ ବର୍ତ୍ତମାନ ବନ୍ଦ ରହିଛି ଯାଆସ । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.