Latest Odisha News

BREAKING NEWS

ଦୁଇ ସପ୍ତାହ ଭିତରେ କରୋନା ଟିକାର ଉତ୍ପାଦନ ଆରମ୍ଭ କରିବ ଋଷିଆ

ମସ୍କୋ: ବିଶ୍ୱରେ ପ୍ରଥମ କରୋନା ଟିକା ନେଇ ଘୋଷଣା କରିଛି ଋଷ୍ । ନାଁ ରଖିଛି ସ୍ପୁଟନିକ୍-V । ଆସନ୍ତା ଦୁଇ ସପ୍ତାହ ଭିତରେ ଏହାର ଉତ୍ପାଦନ ଆରମ୍ଭ କରିବ । ଋଷ୍ ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ୍ ମୁରାସ୍କୋ ଏନେଇ ସୂଚନା ଦେଇଛନ୍ତି ।

ପର୍ଯ୍ୟାପ୍ତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାପରେ ଅନ୍ୟ ଦେଶକୁ ପଠାଇବା ନେଇ ବ୍ୟବସ୍ଥା କରାଯିବ ବୋଲି ଋଷ୍ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସ୍ପୁଟନିକ୍-Vର ସୁରକ୍ଷା ଓ କାର‌୍ୟ୍ୟକାରିତାକୁ ନେଇ ବୈଜ୍ଞାନିକମାନେ ପ୍ରଶ୍ନ ଉଠାଉଛନ୍ତି ।

ଋଷ୍ କହିଛି ଟିକା ପ୍ରସ୍ତୁତି ଓ ପରୀକ୍ଷଣର ସମସ୍ତ ମାନଦଣ୍ଡ ପୂରଣ କରାଯାଇଛି । ଏହା ସୁରକ୍ଷିତ । ଗାମେଲିୟା ନ୍ୟାସନାଲ୍ ସେଣ୍ଟର ଫର୍ ଏପିଡେମାୟୋଲୋଜି ଏଣ୍ଡ ମାଇକ୍ରୋବାୟୋଲୋଜି ସ୍ପୁଟନିକ୍-V ଭ୍ୟାକସିନକୁ ବିକଶିତ କରିଛି ।

Leave A Reply

Your email address will not be published.