Latest Odisha News

ରାଜ୍ୟରେ ଆଉ ୫ ଜିଲ୍ଲାରୁ ୯ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୩୧୪

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦ ହଜାର କୋଭଡ୍ ଟେଷ୍ଟ ହୋଇଛି । ସର୍ବାଧିକ ୧୯୮୧ ପଜିଟିଭ୍ ବାହାରିଥିବା ବେଳେ ପ୍ରାଣଘାତୀ କରୋନା ନେଇଛି ଆଉ ୯ ଜୀବନ । ୫ ଜିଲ୍ଲାରେ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୩, କଟକ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି କରୋନାରେ କନ୍ଧମାଳ ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ସଂକ୍ରମିତଙ୍କ ଜୀବନ ଯାଇଛି । ୩୧୪କୁ ବୃଦ୍ଧି ପାଇଛି ରାଜ୍ୟରେ ମୃତ୍ୟୁସଂଖ୍ୟା ।

ଜିଲ୍ଲାୱାରୀ ମୃତକଙ୍କ ତଥ୍ୟ
୧. କଟକ- ୨୩ ବର୍ଷୀୟ ଯୁବକ           ୨. କଟକ- ୭୨ ବର୍ଷୀୟ ବୃଦ୍ଧ
୩. ଗଞ୍ଜାମ- ୭୩ ବର୍ଷୀୟ ଆକ୍ରାନ୍ତ         ୪. ଗଞ୍ଜାମ- ୮୨ ବର୍ଷୀୟ ବୃଦ୍ଧ
୫. ଗଞ୍ଜାମ- ୩୬ ବର୍ଷୀୟ ଆକ୍ରାନ୍ତ         ୬. କନ୍ଧମାଳ- ୬୧ ବର୍ଷୀୟ ସଂକ୍ରମିତ
୭. ମୟୂରଭଞ୍ଜ- ୫୮ ବର୍ଷୀୟ ଆକ୍ରାନ୍ତ      ୮. ମୟୂରଭଞ୍ଜ- ୬୦ ବର୍ଷୀୟ ପୁରୁଷ
୯. ସୁନ୍ଦରଗଡ଼- ୮୧ ବର୍ଷୀୟ ଆକ୍ରାନ୍ତ    

ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି । କଟକରେ ୧୩, ସୁନ୍ଦରଗଡ଼ରେ ୨୦, କନ୍ଧମାଳରେ ୬ ଜଣଙ୍କର ଜୀବନ ଗଲାଣି । ମୟୂରଭଞ୍ଜରେ କରୋନା ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି ।

Comments are closed.