Latest Odisha News

BREAKING NEWS

ସ୍ୱାମୀ ମାଡ଼ରେ ସ୍ତ୍ରୀର ମୃତ୍ୟୁ ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ନେଇ ଅଭିଯୋଗ ହୋଇଛି ।

ଅଭିଯୋଗ ମୁତାବକ, ଗୋବିନ୍ଦପୁର ଥାନା ସିମିଳିବାହାଲର ୨୮ ବର୍ଷୀୟା ଅସ୍ମିତା ସା ସେହି ଗ୍ରାମର ସ୍ବପ୍ନେଶ୍ୱର ସାଙ୍କୁ ୧୪ ବର୍ଷ ପୂର୍ବେ ବିବାହ କରିଥିଲେ । ଉଭୟଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି । ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ତେବେ ପରିବାରିକ କଳହକୁ ଗାଁ ସଭାରେ ଅନେକ ଥର ଆପୋଷ ସମାଧାନ ମଧ୍ୟ ହୋଇଥିବା ସୂଚନା।

ତେଣେ ସୋମବାର ଦିନ ପାଖାପାଖି ୩ଟା ରେ ମା’ କୁ ବାପା ହତ୍ୟା କରିଥିବା ଝିଅ ମାନେ ଆସି ମାମୁଙ୍କ କହିଥିଲେ। ଏହା ଶୁଣି ମୃତ ସରିତାର ଭାଇ ସୁଶାନ୍ତ ଭଉଣୀ ଘରକୁ ଯାଇ ଖଟ ଉପରେ ଭଉଣୀର କ୍ଷତବିକ୍ଷତ ମୃତ ଦେହ ପଡ଼ିଥିବା ଦେଖିଥିଲେ । ପୂର୍ବ ରାତିରେ ଭଉଣୀଙ୍କୁ ହତ୍ୟା କରାଯାଇଥିବା ଥାନାରେ ସୁଶାନ୍ତ ଅଭିଯୋଗ କରିଛନ୍ତି ।ଖବର ପାଇ ଗଡ଼ପୋଷ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଅନୁସନ୍ଧାନ ଜାରି ରଖିଛନ୍ତି ।

Leave A Reply

Your email address will not be published.