Latest Odisha News

BREAKING NEWS

କଟକରୁ ୧୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକରେ ଗୁରୁବାର ଦିନ ୧୧୫ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । କଟକ ଜିଲ୍ଲାରୁ ଚିହ୍ନଟ ମୋଟ୍ ୧୩୧ ଆକ୍ରାନ୍ତଙ୍କ ମଧ୍ୟରେ ସିଏମସିରୁ ୧୧୫ ବାହାରିଛି ।

ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ମହାନଗର ନିଗମ (ସିଏମସି)।

ଉକ୍ତ ଟ୍ୱିଟ ଅନୁଯାୟୀ ସିଏମସିରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨୪ ଜଣ କଣ୍ଟେନମେଣ୍ଟ ଜୋନ୍‌, ୨୭ ଜଣ ଇନଷ୍ଟିଚୁସନାଲ୍ କ୍ୱାରେଣ୍ଟାଇନ୍‌, ୩୬ ଜଣ ହୋମ୍ କ୍ୱାରେଣ୍ଟାଇନ୍ ଏବଂ ୨୮ ଜଣ ଲୋକାଲ୍ କେସ୍ ରହିଛି।

ଉଲ୍ଲେଖଯୋଗ୍ୟ, କଟକ ମହାନଗର ନିଗମରେ ବର୍ତ୍ତମାନ ମୋଟ୍ ୧୯୯୪ କରୋନା ମାମଲା ରହିଛି । ୮୪୫ଟି ସକ୍ରିୟ ମାମଲା ରହିଥିବା ବେଳେ ୧୧୩୫ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହାବ୍ୟତିତ ୧୧ ଜଣ କରୋନା ରୋଗୀ ମୃତ୍ୟୁ ବରଣ କରିଛନ୍ତି ।

Comments are closed.