Latest Odisha News

ଜୁଲାଇରୁ ପାକିସ୍ତାନରେ ବନ୍ଦ, ଭାରତରେ କେବେ ?

ଆନ୍ଧ୍ରପ୍ରଦେଶ: ଅଦୃଶ୍ୟ ମହାମାରୀର ରୂପ ଧାରଣ କରିଛି ଦକ୍ଷିଣ କୋରିଆର ପବ୍‌ଜି ଭିଡିଓ ଗେମ୍ । ଏହି ଭିଡିଓ ଗେମ ନିଶାରେ ଭାରତର ଜଣେ ୧୬ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି । ତେବେ ପବ୍‌ଜିକୁ ନେଇ ଅପମୃତ୍ୟୁ ମାମଲା କିଛି ନୂଆ ନଥିଲେ ବି ଆନ୍ଧ୍ରପ୍ରଦେଶରେ ଏହି ଘଟଣା ଲୋକଙ୍କୁ ଚକିତ କରିଛି ।

କରୋନା ଲକଡାଉନ ଦେଇଥିଲା ପବ୍‌ଜି ଖେଳିବା ପାଇଁ ଅପୂର୍ବ ସୁଯୋଗ । ନଥିଲା ପାଠପଢାର ବନ୍ଧନ, କି ରୋକିନଥିଲେ ପରିବାରବର୍ଗ । ଯାହା ଫଳରେ ମୃତ୍ୟୁବରଣ କରିଥିବା ୧୬ବର୍ଷୀୟ ନାବାଳକ ଦିନରାତି ଘରେ ରହି ପବ୍‌ଜି ନିଶାରେ ମସଗୁଲ ରହୁଥିଲା । ଖେଳର ନିଶା ଏପରି ଘାରିଥିଲା ଯେ, ନାବାଳକ ଜଣକ ଦିନଦିନ ଧରି ଖାଇବା ପାଇବା ବି ଛାଡିଦେଇଥିଲା ।

ଏଲୁରୁ ସହରରୁ ଘଟିଥିବା ଏହି ଘଟଣାରେ ନାବାଳକ ଜଣକ ଡିହାଇଡ୍ରେସନ୍‌ରେ ପୀଡିତ ହେବା ପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତି କରିଥିଲେ । ତେବେ ଝାଡାବାନ୍ତିରେ ଗୁରୁତର ହବା ପରେ ନାବାଳକ ଜଣକ ସୋମବାର ମୃତ୍ୟୁବରଣ କରିଥିଲା ।

ପବ୍‌ଜି ଖେଳରେ ଅନେକ ଅପମୃତ୍ୟୁ ମାମଲା ସାମ୍ନାକୁ ଆସିବା ପରେ ଜୁଲାଇ ମାସରେ ପାକିସ୍ତାନ ଏହି ଖେଳକୁ ବ୍ୟାନ୍ କରିଥିଲା । ଯେଉଁଠି ପାକିସ୍ତାନ ଭଳି ଦେଶ ପବ୍‌ଜିକୁ ବ୍ୟାନ୍ କରିସାରିଛି, ସେଠି ଭାରତ ଏହି ଖେଳ ପାଇଁ କେବେ ବାସନ୍ଦାଦେଶ ଜାରି କରୁଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.