ଜଗତସିଂହପୁର: ପାଣିରେ ବୁଡି ପ୍ରାଣ ହରାଇଲେ ଦୁଇ ଛାତ୍ର।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତ୍ରିତୋଲ ଥାନା ତୁଳଙ୍ଗ ଗ୍ରାମରେ। ମୃତ ୨ ଛାତ୍ର ହେଉଛନ୍ତି ତୁଳଙ୍ଗ ଗ୍ରାମର ଦଶମ ଶ୍ରେଣୀ ଛାତ୍ର ପ୍ରତ୍ୟୁଷ ବିଶ୍ୱାଳ ଓ ନବମ ଶ୍ରେଣୀ ଛାତ୍ର ଆୟୁଷ ବିଶ୍ୱାଳ।
ଏହି ଦୁଇ ଛାତ୍ର ଆଜି ଟିଉସନକୁ ଯାଇ ଆଉ ଘରକୁ ଫେରିନଥିଲେ।ଘରକୁ ପିଲା ଦୁହିଁଙ୍କର ଫେରିବା ଡେରି ହେବାରୁ ଘର ଲୋକ ବହୁ ଖୋଜାଖୋଜି କରିଥିଲେ। ଏହା ମଧ୍ୟରେ ପାଖ ପଞ୍ଚାୟତରୁ ଖବର ଆସିଲା ଯେ ଦୁଇଟି ପିଲା ଖୁନ୍ଦଳ ଗ୍ରାମର ପୋଖରୀରେ ଭାସୁଛନ୍ତି । ଭାସୁଥିବା ଅବସ୍ତାରେ ନିକଟସ୍ଥ ବିଲରେ କମକରୁଥିବା କିଛି ଲୋକ ଦେଖି ପିଲାଦୁଇଟିକୁ ଉପରକୁ ଆଣି ଆସିଲେ।
ପିଲା ଦୁହେଁ ଶୌଚ ହେବାକୁ ଯାଇଥିବା ବେଲେ ପୋଖରୀ ପାଣିରେ ଗୋଡ଼ ଖସିଯିବାରୁ ଜଣେ ବୁଡି ଯାଇଥିଲେ। ଆଉ ଜଣେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ସେ ବି ପୋଖରୀ ପାଣିରେ ଭାସିଗଲା। ଉଦ୍ଧାର ପରେ ପିଲା ଦୁହିଁଙ୍କୁ ଘଟଣା ସ୍ଥଳରୁ ସଙ୍ଗେ ସଙ୍ଗେ ଏରସମା ମେଡିକାଲ ପରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପିଲା ଦୁଇଟି ଙ୍କର ଏଭଳି ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
Comments are closed.