Latest Odisha News

BREAKING NEWS

ଲଗାଣ ବର୍ଷା ଯୋଗୁଁ ୩ ଜିଲ୍ଲାରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଗତ ଦୁଇ ଦିନ ଧରି ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ସାଧାରଣ ଜୀବନ ମଧ୍ୟ ବାଧା ପ୍ରାପ୍ତ ହେଉଛି। ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ , ଭଦ୍ରକ ଏବଂ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତିର ଉପୁଜିଲାଣି ।

ପ୍ରବଳ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲା କାମାଖନଗର ସବ-ଡିଭିଜନ ଜଳମଗ୍ନ ହୋଇଯାଇଛି। ଖବର ମୁତାବକ ଅନେକ କଚ୍ଚା ଘର ନଷ୍ଟ ହୋଇଯାଇଥିବା ବେଳେ ବଡ଼ ବଡ଼ ଗଛ ଉଡି ରାସ୍ତା ଅବରୋଧ କରି ପଡି ରହିଛି । ବର୍ଷା ଜଳ ଯୋଗୁଁ ଅନେକ ରାସ୍ତା ଓ ବନ୍ଧ ଜଳମଗ୍ନ ହୋଇଯାଇଛି। ଖବର ଅନୁଯାୟୀ, ଭୁବାନ ଏବଂ କାମାଖନଗର ମଧ୍ୟରେ ଯୋଗାଯୋଗର ମାଧ୍ୟମ ଦାମସାଳା ବ୍ରିଜ୍ ଉପରେ ଚାରି-ପାଞ୍ଚ ଫୁଟ ଉପରେ ବର୍ଷା ଜଳ ପ୍ରବାହିତ ହେଉଛି। ଏହାସହ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଯାଇଛି ।

ଭଦ୍ରକ ଜିଲ୍ଲାରେ ମଧ୍ୟ ଅନେକ ସ୍ଥାନରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଧାମନଗର ବ୍ଲକରେ ଥିବା ବ୍ଲକ ଏଜୁକେସନ୍ ଅଫିସର (ବିଏଓ) ଏବଂ ଏନଏସି କାର୍ଯ୍ୟାଳୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚାଷ ଜମି ପାଣିରେ ବୁଡ଼ି ରହିଥିବା ବେଳେ ଅନେକ ରାସ୍ତା ବୁଡି ରହିଥିବା ଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି

ଏଠାରେ ଆଠଟି ଘର ଭୁଶୁଡ଼ିବା ପରେ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ଅନ୍ୟପଟେ ମାଲକାନଗିରିରେ ଲଗାତାର ବର୍ଷା ହେତୁ ପ୍ରମୁଖ ନଦୀଗୁଡିକରେ ଜଳସ୍ତର ବଢ଼ିବାରେ ଲାଗିଛି । ରାସ୍ତାରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଅନେକ ରାସ୍ତାରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେଉଛି ।

Comments are closed.