Latest Odisha News

BREAKING NEWS

କୋଭିଡ ମୁକାବିଲା: ବ୍ରହ୍ମଗିରି ବାସିନ୍ଦାଙ୍କ ସେବାରେ ଦୁଇ ଆମ୍ବୁଲାନ୍ସ ଲୋକାର୍ପିତ

ବ୍ରହ୍ମଗିରି: ସ୍ୱାଧୀନତା ଦିବସ ଅବସର ରେ ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାଙ୍ଗଣ ସମ୍ମୁଖ ରେ କୋଭିଡ ୧୯ ପରିସ୍ଥିତି ର ମୁକାବିଲା ପାଇଁ ୨ ଟି ନୂତନ BLS ଆମ୍ବୁଲାନ୍ସ ଲୋକାର୍ପିତ ହୋଇ ଯାଇଛି I ପୁରୀ ସାଂସଦ ଶ୍ରୀ ପିନାକୀ ମିଶ୍ର , ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମା, ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ , ପୁରୀ ଆରକ୍ଷୀ ଅଧିକ୍ଷକ ଅଖିଳେଶ୍ଵର ସିଂ , ଜିଲ୍ଲା ମୁଖ୍ୟ ଚିକତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ : ସୁଜାତା ମିଶ୍ର ଏବଂ ବ୍ରହ୍ମଗିରି ପଂଚାୟତ ସମିତି ଅଧ୍ୟକ୍ଷା ନଳିନୀପ୍ରଭା ବରାଳ ପ୍ରମୁଖ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ପତାକା ପ୍ରଦର୍ଶନ ପୂର୍ବକ ଏହି ଦୁଇ ଆମ୍ବୁଲାନ୍ସ କୁ ଅଞ୍ଚଳବାସୀଙ୍କ ଉଦ୍ଧେଶ୍ୟରେ ଲୋକାର୍ପିତ କରିଥିଲେ I

ଉକ୍ତ ଅମ୍ବୁଲାନ୍ସ ଦ୍ବୟ ମଧ୍ୟରୁ ଗୋଟିଏ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅନ୍ୟଟି ଚିଲିକା ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବ୍ୟବହୃତ ନିମନ୍ତେ ରହିବ I ଏହା ଆମ୍ବୁଲାନ୍ସ ସେବା ଦ୍ୱାରା ବ୍ରହ୍ମଗିରି ଏବଂ କୃଷ୍ଣପ୍ରସାଦ ବ୍ଲକ ର ଅଧିବାସୀମାନେ ଜରୁରୀ ସମୟ ରେ ଉପକୃତ ହେବେ I

Leave A Reply

Your email address will not be published.