Latest Odisha News

BREAKING NEWS

ଜଣେ ଦୃଢ ପ୍ରଶାସକ ଭାବେ ପରିଚିତ ଥିଲେ ବାଜପେୟୀ; ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି

ଭୁବନେଶ୍ୱର: ଜଣେ କବି, ବକ୍ତା, ରାଜନୀତିଜ୍ଞ, ସମାଜ ସେବୀ, ସମ୍ପାଦକ, କୂଟନୀତିଜ୍ଞ ତଥା ଜଣେ ଦୃଢ ପ୍ରଶାସକ ଭାବରେ ଖ୍ୟାତି ଅର୍ଜନ କରିଥିବା ଅଟଳ ବିହାରୀ ବାଜପେୟୀଙ୍କର ଆଜି ହେଉଛି ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ।

ସେ ୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ଗ୍ୱାଲିୟରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତା କୃଷ୍ଣା ଓ ପିତା କୃଷ୍ଣ ବିହାରୀ ବାଜପେୟୀଙ୍କ ଓøରସରୁ ଏକ ବ୍ରାହ୍ମଣ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ଏହି ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି…

ସେ ଜଣେ ବିଚକ୍ଷଣ କୁଟନୀତିଜ୍ଞ ଭାବେ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲେ । ଅଟଳଜୀ ପ୍ରଥମ ବିଦେଶ ମନ୍ତ୍ରୀ ଥିଲେ, ଯିଏକି ମିଳିତ ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ସାରା ଭାରତକୁ ଗୌରବାନ୍ୱିତ କରିଥିଲେ ।

ସେ ଆଜୀବନ ଅବିବାହିତ ରହିଥିଲେ ମଧ୍ୟ ତାଙ୍କର ‘ନମିତା’ ନାମକ ଜଣେ କନ୍ୟା ସନ୍ତାନ ଥିଲେ । ଯାହାଙ୍କୁ ସେ ପୌଷ୍ୟ ଭାବେ ଗ୍ରହଣ କରିଥିଲେ ।

ସେ ନିଜର ରାଜନୈତିକ ଜୀବନୀ ଭାରତୀୟ ଜନତା ପାର୍ଟି(ବିଜେପି)ରୁ ଆରମ୍ଭ କରିଥିଲେ । ବାଜପେୟୀ ୧୦ଥର ଲୋକସଭା ଓ ୨ଥର ରାଜ୍ୟସଭା ସାଂସଦ ହୋଇଥିଲେ । ସେ ଏକମାତ୍ର ଏଭଳି ସାଂସଦ ଥିଲେ, ଯିଏକି ଦିଲ୍ଲୀ, ଗୁଜୁରାଟ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଭଳି ୪ଟି ଭିନ୍ନଭିନ୍ନ ସ୍ଥାନରୁ ସାଂସଦ ହୋଇଥିଲେ ।

୧୯୯୮ ମସିହାରେ ସେ ପ୍ରଧାନମନ୍ତ୍ରୀ ଥିବା ସମୟରେ ପୋଖରାନ ପରମାଣୁ ବୋମା ପରୀକ୍ଷଣ କରା ଯାଇଥିଲା । ଏହି ପରୀକ୍ଷଣ ସମ୍ପର୍କରେ ସେତେବେଳେ ଆମେରିକାର ନାସା ମଧ୍ୟ କିଛି ସୂରାକ ପାଇ ପାରିନଥିଲା ।

୧୯୯୯ ମସିହାରେ କାରଗିଲ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରିଥିଲେ ବାଜପେୟୀ । ଦେଶପାଇଁ ତାଙ୍କର ଅବଦାନକୁ ସମ୍ମାନ ଜଣାଇ ତାଙ୍କର ୯୦ ତମ ଜୟନ୍ତୀକୁ ସୁଶାସନ ଦିବସ ଭାବେ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଲେ ।

 

Leave A Reply

Your email address will not be published.