Latest Odisha News

BREAKING NEWS

୧୩ ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ୨ ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ସ୍ଥିତ ଖେରି ଅଞ୍ଚଳରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ, ସମ୍ପୃକ୍ତ ନାବାଳିକାର ପିତାଙ୍କ କହିବାନୁଯାୟୀ ଗତ ଶୁକ୍ରବାର ଦ୍ୱିପ୍ରହରରେ ନିଖୋଜ ଥିବା ତାଙ୍କ ଝିଅର ମୃତ ଶରୀର ରାତି ବେଳକୁ ଏକ ଆଖୁ କ୍ଷେତରେ ପଡିଥିବା ଦେଖିବାକୁ ମିଳିଥିଲା । ତା’ର ଆଖି ତଡା ଯାଇଥିଲା ଏବଂ ଜିଭ କଟି ଯାଇଥିଲା ବେଳେ ତା’ର ବେକରେ ଚୁନି ଭିଡା ହୋଇଥିଲା ।

ଏନେଇ ଲକ୍ଷ୍ମୀପୁର ଖେରିର ଥାନା ଅଧିକାରୀ ସତ୍ୟେନ୍ଦ୍ର କୁମାର କହିଛନ୍ତି ଯେ ପୋଷ୍ଟମଟର୍ମ ରିପୋର୍ଟରୁ ଝିଅଟି ସହ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଛି ।

ତେବେ ଏହି ଘଟଣାରେ ବିଏସପି ମୁଖ୍ୟ ମାୟାବତି ଟ୍ୱିଟ୍ କରି ପରୋକ୍ଷରେ ସପା ଓ ବିଜେପି ସରକାର ଉପରେ ଆଙ୍ଗୁଳି ଉଠାଇଛନ୍ତି ।

 

Leave A Reply

Your email address will not be published.