Latest Odisha News

BREAKING NEWS

ସଟ୍‌ଡାଉନ୍ ବେଳେ ବାର୍‌ରେ ଖୁଲମ୍‌ଖୁଲା ମଦ ବିକ୍ରି

ଭୁବନେଶ୍ୱର: ରାଜଧାନୀରେ ସଟ୍‌ଡାଉନ୍ ସମୟରେ ଚାଲିଛି ଖୁଲମ୍‌ଖୁଲା ମଦ ବିକ୍ରି । ସବୁ ବାର୍ ବନ୍ଦ ଥିବା ବେଳେ ଖୋଲାଖୋଲି ଭାବେ ବାର୍‌ରେ ମଦ ବିକ୍ରି କରୁଛନ୍ତି ମଦ ବ୍ୟବସାୟୀ ।

ଭୁବନେଶ୍ୱର ଗ୍ୟାରେଜ ଛକରେ ଥିବା ହୋଟେଲ ଉତ୍କଳ ଇନରେ ଖୋଲାଖୋଲି ଚାଲିଥିଲା ମଦ ବେପାର । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଖବର ପାଇ ବିଏମ୍‌ସି ଓ ପୋଲିସର ମିଳିତ ସ୍କ୍ୱାଡ ଚଢ଼ାଉ କରି ବାର୍‌କୁ ସିଲ୍ କରିଛି ।

ସୂଚନା ଯୋଗ୍ୟ ଯେ, କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଅଗଷ୍ଟ ମାସର ପ୍ରତି ଶନି ଓ ରବିବାର ସଟ୍‌ଡାଉନ୍ ଘୋଷଣା କରାଯାଇଛି ।

Leave A Reply

Your email address will not be published.