Latest Odisha News

BREAKING NEWS

ରହସ୍ୟମୟ ଶିବ ମନ୍ଦିର; ଯେଉଁଠି ୧୨ ବର୍ଷକୁ ଥରେ ଶିବଲିଙ୍ଗ ଉପରେ ହୁଏ ବଜ୍ରପାତ!

ଭୁବନେଶ୍ୱର: ଦେବ ଭୂମି ଭାରତ । ଅନେକ ରହସ୍ୟରେ ଭରି ରହିଛି ଏଠାକାର ଦେବୀଦେବତାଙ୍କ ମନ୍ଦିର।

ଅନ୍ୟ ସମସ୍ତ ସ୍ଥାନ ମାନଙ୍କ ଭଳି ହିମାଚଳ ପ୍ରଦେଶରେ ରହିଛି ମନ୍ଦିରର ସମାହାର । ଏହାକୁ ଦେବଭୂମି ବୋଲ ମଧ୍ୟ କୁହାଯାଏ।ଏଠାକାର ଅନେକ ମନ୍ଦିର ରହିଛି ଯାହା ନିଜର ବିଶେଷତ୍ୱ ପାଇଁ ବେଶ ପ୍ରସିଦ୍ଧ।

ଏଠାକାର କୁଲ୍ଲୁ ସହରରେ ରହିଛି ବ୍ୟାସ ଓ ପାର୍ବତୀ ନଦୀର ସଙ୍ଗମ ନିକଟ ଉଚ୍ଚ ପର୍ବତରେ ଭଗବାନ ଶଙ୍କରଙ୍କର ଏକ ରହସ୍ୟମୟ ମନ୍ଦିର ରହିଛି। ଲୋକକଥା ଅନୁଯାୟୀ ଏଠାରେ ପ୍ରତି ୧୨ ବର୍ଷ ପରେ ଏହି ମନ୍ଦିରରେ ବଜ୍ରପାତ ହୋଇଥାଏ। କିନ୍ତୁ ଏହି ବଜ୍ରପାତ ପରେ ମଧ୍ୟ ମନ୍ଦିରର କୌଣସି କ୍ଷତି ହୋଇନଥାଏ ବୋଲି କୁହାଯାଏ। ଆସନ୍ତୁ ଜାଣିବା ଏହି ରହସ୍ୟମୟ ମନ୍ଦିର ବିଷୟରେ

ପୌରାଣିକ ମାନ୍ୟତା ଅନୁଯାୟୀ,ଏହି ମନ୍ଦିର ଥିବା ଘଟିଟି ସାପ ରୂପରେ ରହିଛି। କୁହାଯାଏ ଭଗବାନ ଶଙ୍କର ଏହି ସାପକୁ ବଦ୍ଧ କରିଥିଲେ।

ଲୋକକଥା ଅନୁଯାୟୀ, କୁଲାନ୍ତ ନାମକ ଏକ ଦୈତ୍ୟ ନିଜ ଶକ୍ତିର ଆଧାରରେ ସାପର ରୂପ ଧାରଣ କରି ନେଉଥିଲା। ଏହି ଦୈତ୍ୟ ଏକଦା ସାପ ରୂପ ଧାରଣ କରି ମଥାଣ ଗାଁ ନିକଟ ବ୍ୟାସ ନଦୀରେ ଏପରି ବସିଗଲା ଯେ ନଦୀର ପ୍ରବାହ ରହିଗଲା। ଓ ସେହି ସ୍ଥାନରେ ହିଁ ପାଣି ବଢିବାକୁ ଲଗିଲା। ଏହାଦେଖି ଶଙ୍କର ଦେବ କ୍ରୋଧିତ ହୋଇ ଏକ ମାୟା ରଚନା କଲେ। ଶଙ୍କର ଦୈତ୍ୟ ନିକଟକୁ ତା’ ଲାଞ୍ଜରେ ନିଆଁ ଲାଗି ଯାଇଥିବା କହିଲେ। ଏହାଶୁଣି ସେ ପଛକୁ ମୁହଁ କରିବା ମାତ୍ରେ ମହାଦେବ ତାକୁ ତ୍ରିଶୁଳରେ ପ୍ରହାର କରି ତା’ର ବଦ୍ଧ କରିଥିଲେ।ଏହି ଦୈତ୍ୟର ବିଶାଳକାୟ ଶରୀର ପାହାଡ଼ରେ ପରିବର୍ତନ ହୋଇଗଲା। ଯାହାକୁ କୁଲ୍ଲୁ ପାହାଡ଼ ବୋଲି କୁହାଯାଏ। କଥା ଅନୁସାରେ ଭଗବାନ ଶଙ୍କର ଦୈତ୍ୟର ବଦ୍ଧ କରିବା ପରେ ଇନ୍ଦ୍ରଙ୍କୁ କହିଥିଲେ ପ୍ରତି ୧୨ ବର୍ଷକୁ ଥରେ ଏଠାରେ ବଜ୍ରପାତ କରିବାକୁ। ଭଗବାନ ଏପରି କରିବା ପାଇଁ କହିବାର କାରଣ ହେଉଛି , କୌଣସି ଜନ-ଧନର କ୍ଷତି ନହେବା ପାଇଁ। ଭଗବାନ ନିଜେ ବଜ୍ରପାତର ପ୍ରଭାବକୁ ସହ୍ୟ କରି ନିଜ ଭକ୍ତଙ୍କର ରକ୍ଷା କରୁଥିବା ଲୋକ ବିଶ୍ୱାସ ରହିଛି ।

ଏହାର ଫଳ ସ୍ଵରୂପ ଏହି ମନ୍ଦିରରେ ପ୍ରତି ୧୨ ବର୍ଷକୁ ଥରେ ଭୟଙ୍କର ବଜ୍ରପାତ ହୋଇଥାଏ। ବଜ୍ରପାତ କାରଣରୁ ମନ୍ଦିରର ଶିବଲିଙ୍ଗ ଖଣ୍ଡିତ ହୋଇଯାଏ ବୋଲି କୁହାଯାଏ। ଏହାପରେ ପ୍ରଭୁଙ୍କ ପୀଡା ଦୂର କରିବା ପାଇଁ ମନ୍ଦିରର ପୂଜାରୀ ଔଷଧ ସ୍ୱରୂପ ଖଣ୍ଡିତ ଶିବଲିଙ୍ଗରେ ଲହୁଣୀ ଲଗାଇଥାଆନ୍ତି।

Comments are closed.