Latest Odisha News

BREAKING NEWS

ପଦାରେ ପଡିଲା ଜୁଲୀ-ରାହୁଲ ଲଭ୍‌ଷ୍ଟୋରୀ ପଛର ଫେକ୍‌ଷ୍ଟୋରୀ

ବିହାର: ଭାଇରାଲ୍ ହେବାର ଝୁଙ୍କରେ ୟୁବପିଢୀ । ମିଛକୁ ସତ, ସତକୁ ମିଛ କରିବାରେ ହେଲେଣି ପାରଙ୍ଗମ । ଆଉ ଏହି ସୋସିଆଲ ଇନଫ୍ଲୁଏନ୍ସରଙ୍କ ମିଛ ସତର ଖେଳକୁ ଭରପୁର ଉପଭୋଗ କରନ୍ତି ସାଧାରଣ ଲୋକ । ବିହାରର ସେମିତି ଏକ ଭାଇରାଲ ଲଭ୍‌ଷ୍ଟୋରୀ କଥା ତ ମନେଥିବ । ଯେଉଁଠି ଜଣେ ରସିଆନ ସୁନ୍ଦରୀ ବିହାରର ଜଣେ ଯୁବକଙ୍କୁ ବିବାହ କରିବାକୁ କୁଆଡେ ହଜାର ହଜାର କିଲୋମିଟର ଆସିଥିଲେ ବୋଲି ଖବର କ୍ଷୀପ୍ର ଗତିରେ ପ୍ରସାରିତ ହୋଇଥିଲା । ଏବେ ସ୍ପଷ୍ଟ ହୋଇଛି, ଖବର ପଛର ସତ । ସେ ଭାଇରାଲ୍ ଲଭ୍‌ଷ୍ଟୋରୀ ଏକ ଫେକଷ୍ଟୋରୀ । ଆଜ୍ଞା ହଁ, ଏକ ସାମାଜିକ କାମରେ ବିହାର ପୁର୍ଣ୍ଣିଆ ଗାଁକୁ ଆସିଥିଲେ ଏହି ବ୍ରିଟିଶ ଏନଜିଓ ପ୍ରତିନିଧି । ଖବର ଭାଇରାଲ ହେବାରେ ଲାଗିଲ ଭାଗଲପୁର ଗାଁର ରାହୁଲ ନାମକ ଯୁବକ ରସିଆନ ଯୁବତୀ ଜୁଲୀଙ୍କ ପ୍ରେମରେ ପଡିଗଲେ । ରାହୁଲ ଜୁଲୀଙ୍କୁ ଫୁଲ ଦେଇ ସ୍ୱାଗତ କରୁଥିବା ଫଟୋ ଓ ଭିଡିଓ ସଙ୍ଗେ ସଙ୍ଗେ ବିଭିନ୍ନ ସୋସିଆଲ ମିଡିଆ ଓ କଂଟେଂଟ କ୍ରିଏଟରଙ୍କ ପାଇଁ ବନିଗଲା ଆକର୍ଷଣର କେନ୍ଦ୍ରବିନ୍ଦୁ । ଏମିତିକି ଦୁହେଁ ନଭେମ୍ବର ୨୦୨୬ରେ ବିବାହ କରିବାକୁ ଯୋଜନା କରୁଛନ୍ତି ବୋଲି ମଧ୍ୟ ଖବର ପ୍ରଚାର ହେଲା । ଲୋକ ତାକୁ ଦେଖିଲେ ଏବଂ ଇଂଟରନାସନାଲ ଲଭ୍‌ଷ୍ଟୋରୀ ବୋଲି ବିଶ୍ୱାସ ମଧ୍ୟ କଲେ । ହେଲେ ଥିଲା ସମ୍ପୁଣ୍ଣ ର୍ ଭିତ୍ତିହୀନ । ପ୍ରକୃତରେ ଭିଡିଓରେ ଥିବା ଯୁବକଙ୍କ ନାମ ନମିତ୍‌, ସେ ପୂର୍ଣ୍ଣିଆ ଗ୍ରାମର । ଏବଂ ଯୁବତୀ ଜଣକ ହେଉଛନ୍ତି ଆନ୍ଦ୍ରେ କୋନୋଲି, ଯିଏକି ବ୍ରିଟିଶର ଏକ ପ୍ରାଇଭେଟ୍ ଅନୁଷ୍ଠାନ ଶିଭିଆରେ କାମ କରୁଛନ୍ତି । ଶିଭିଆ ବିହାରର ଏକ ସ୍ଥାନୀୟ ଅନୁଷ୍ଠାନ ସାଥୀ ସହ ମିଶି କାମ କରନ୍ତି । ତେଣୁ ଆନ୍ଦ୍ରେ ଗାଁକୁ ଆସିଥିଲେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ସହାୟତା କରିବାକୁ ।

ଅକ୍ଟୋବର ୭ଓ ୮ ଦୁଇଦିନ ସାଥୀ ଅର୍ଗାନାଇଜେସନର କୋର୍ଡିନେଟର ଓ ସହାୟକ ଗାଁକୁ ଆସିଥିଲେ ଆନ୍ଦ୍ରେ ମଧ୍ୟ ସାଥିରେ ଥିଲେ । ଆନ୍ଦ୍ରେ ମହିଳାଙ୍କ କଥା ଶୁଣିବାକୁ ଗାଁର କିଛି ଘରକୁ ଯାଇଥିଲେ । ସେହିସମୟରେ ତାଙ୍କୁ ଦେଖିବାକୁ ଗାଁଲୋକ ଏକାଠି ହୋଇଥିଲେ । ନମିତଙ୍କ ଘରକୁ ଯେତେବେଳେ ଆନ୍ଦ୍ରେ ଯାଇଥିଲେ । କେହି ସେ ଭିଡିଓ ନେଇ ତାକୁ ବଢେଇ ଚଢେଇ ପୋଷ୍ଟ କରିଥିଲେ । ଯେଉଁଥିପାଇଁ ଭାଇରାଲ୍ ଗପଟି ସତ ଲାଗିଲା । ତେବେ ସମ୍ପୃକ୍ତ ମହିଳା ସାଥୀର ଗେଷ୍ଟ ହୋଇ ଆସିଥିଲେ । ତାଙ୍କ ନାଁରେ ଏପରି ଖବର ଭାଇରାଲ କରିଥିବା ଲୋକଙ୍କୁ ଦଣ୍ଡ ଦିଆଯିବ ବୋଲି ସାଥୀ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.