Latest Odisha News

BREAKING NEWS

ଖୋର୍ଦ୍ଧା: ଏଟିଏମ୍ ତାଡି ନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଟାଉନ୍ ଥାନା ଅନ୍ତର୍ଗତ ତୁଳସୀପୁର ନିକଟରେ ଥିବା ଏକ ଏଟିଏମକୁ କିଛି ଦୁର୍ବୃତ୍ତ ତାଡ଼ି ନେଇଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ କିଛି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ଟାଟା ଇଣ୍ଡିକାଶ୍ ଏଟିଏମ୍ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ପରବର୍ତ୍ତୀ ସମୟରେ ଦୁର୍ବୃତ୍ତମାନେ ଏଟିଏମ୍କୁ ତାଡ଼ି ନେଇ ପଳାଇଥିବା ନେଇ ଜଣାପଡ଼ିଛି।

ତେବେ ଘଟଣାସ୍ଥଳରେ ପୋଲିସ ଓ ଅନୁସନ୍ଧାନକାରୀ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଏଟିଏମ ଲୁଟ୍ ସମ୍ପର୍କରେ ଅଧିକ ସୂଚନା ମିଳିପାରିନାହିଁ।

Leave A Reply

Your email address will not be published.