Latest Odisha News

BREAKING NEWS

ରାଜନୀତି ପ୍ରତି ଆଗ୍ରହ ରଖୁନଥିବା ରାଜୀବ ଗାନ୍ଧୀ ଖୁବ୍ କମ୍ ବୟସରେ ହୋଇଥିଲେ ଦେଶର ପ୍ରଧାନମନ୍ତ୍ରୀ; ଜନ୍ମଜୟନ୍ତୀ ଅବସରରେ ଜାଣନ୍ତୁତାଙ୍କ ସମ୍ପର୍କରେ…

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଆଜି ହେଉଛି ୭୬ତମ ଜୟନ୍ତୀ । ଏହି ଅବସରରେ ପୁଅ ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଜନ୍ମ ଜୟନ୍ତୀ ଅବସରରେ ଜାଣନ୍ତୁ ରାଜୀବ ଗାନ୍ଧୀଙ୍କ ସମ୍ପର୍କରେ; ଯିଏକି ଖୁବ୍ କମ୍ ବୟସରେ ଦେଶର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରି ପାରିଥିଲେ ।

୧୯୪୪ ମସିହା ଅଗଷ୍ଟ ୨୦ରେ ଜନ୍ମଗ୍ରହଣ କରିଥିଲେ ରାଜୀବ ଗାନ୍ଧୀ । ଯିଏକି ମାତ୍ର ୪୦ ବର୍ଷ ବୟସରେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଥିଲେ ।

ପିଲାବେଳେ ରାଜୁଆ ସ୍ୱଭାବର ଥିବା ରାଜୀବ ୧୯୫୧ ମସିହାରେ ‘ଶିବ ନିକେତନ ବିଦ୍ୟାଳୟ’ ଓ ୧୯୫୪ରେ ‘ୱେଲହାମ୍ ବୟଜ ସ୍କୁଲ’ ଏବଂ ଡୁନ୍ ସ୍କୁଲରୁ ଶିକ୍ଷା ସମାପ୍ତ କରିଥିଲେ ।

ରାଜୀବ ଗାନ୍ଧୀଙ୍କୁ ସଙ୍ଗୀତ ଓ ଫଟୋଗ୍ରାଫିର ଖୁବ୍ ସଉକ ରହିଥିଲା ।

ପରେ ସେ ଉଚ୍ଚ ଶିକ୍ଷା ପାଇଁ ଲଣ୍ଡନ ଯାଇଥିବା ବେଳେ ପାଠପଢା ଛାଡି ଭାରତ ଫେରି ଆସିଥିଲେ । ଯାହା ପରେ ସେ ଦିଲ୍ଲୀର ‘ଫ୍ଲାଇଂ କ୍ଲବ’ର ସଦସ୍ୟ ହୋଇଥିଲେ । ସମୟ ଗଡିବା ସହ ସେ ୧୯୭୦ରେ ‘ଏଆର ଇଣ୍ଡିଆ’ର ପାଇଲଟ୍ ଭାବେ ଯୋଗ ଦେଇଥିଲେ ।

ସେ ୧୯୬୮ରେ ଇଟାଲୀର ଯୁବତୀ ଆଣ୍ଟୋନିୟା ମାଇନୋଙ୍କୁ ବିବାହ କରିଥିଲେ । ବିବାହ ପରେ ରାଜୀବଙ୍କ ପତ୍ନୀଙ୍କ ନାମ ସୋନିଆ ଗାନ୍ଧୀ ହୋଇଥିଲା ।

ଭାରତୀୟ କ୍ରିଡା ଜଗତରେ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ‘ରାଜୀବ ଗାନ୍ଧୀ ଖେଳ ରତ୍ନ’ ରାଜୀବ ଗାନ୍ଧୀଙ୍କ ନାମରେ ନାମିତ।

ଦିନେ ରାଜନୀତିରେ କୌଣସି ରୁଚି ରଖୁନଥିବା ରାଜୀବ ପରିସ୍ଥିତିରେ ପଡି ରାଜନୀତିରେ ପାଦ ଥାପିଥିଲେ । ସେ ୧୯୮୪ ମସିହା ଅକ୍ଟୋବର ୩୧ରୁ ୧୯୮୯ ମସିହା ଡିସେମ୍ବର ୨ ଯାଏଁ ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିଲେ ।

ହେଲେ ଦୁର୍ଭାଗ୍ୟବଶତଃ ୧୯୯୧ ମସିହା ମେ ୨୧ ତାରିଖରେ ତାମିଲନାଡୁରେ ହେଉଥିବା ଏକ ନର୍ବାଚନୀ ର‌୍ୟାଲି ବେଳେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା ।

Leave A Reply

Your email address will not be published.