Latest Odisha News

BREAKING NEWS

[ଭାଇରାଲ୍ ଭିଡିଓ] ସାରା ବିଶ୍ୱରେ ଟ୍ରେଣ୍ଡ ସେଟର ପାଲଟିଲା “ନମସ୍କାର” !

ଭୁବନେଶ୍ୱର: କରୋନା କବଳରୁ ବର୍ତ୍ତିନାହାନ୍ତି ଧନୀ କି ଗରିବ । ଖାସ କରି ନେତା ଓ ମନ୍ତ୍ରୀଙ୍କ କାମ ଏହି ସମୟରେ ଢେର ବଢିଯାଇଛି । ମିଟିଂ, ପ୍ରେସ କନଫେରେନ୍ସ ଓ ଯୋଜନାମୂଳକ କାମରେ ମନ୍ତ୍ରୀମାନଙ୍କୁ ଅନେକ ଲୋକଙ୍କ ସହ ସାକ୍ଷାତ କରିବାକୁ ପଡୁଛି ।

କରୋନାରୁ ରକ୍ଷା ପାଇବା ପାଇଁ ଏବେ ମନ୍ତ୍ରୀପଦରେ ରହିଥିବା ବ୍ୟକ୍ତିବିଶେଷମାନେ ଆଲିଙ୍ଗନ କିମ୍ବା ହାତ ମିଳାଇବା ବଦଳରେ ନମସ୍କାରକୁ ଆପଣେଇଛନ୍ତି । ହେଲେ ଏଠି ଆମେ ଭାରତ ନୁହେଁ ବରଂ ବାହ୍ୟ ଦେଶଗୁଡିକ ବିଷୟରେ ଉଲ୍ଲେଖ କରିଛୁ । ନିକଟରେ ଫ୍ରେଂଚ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଜର୍ମାନୀର ଚାନ୍‌ସେଲର୍ ଏଂଜେଲା ମର୍କେଲଙ୍କୁ ନମସ୍କାର କରି ସ୍ୱାଗତ କରିଥିଲେ । ଭାରତରେ ଜନ୍ମ ନେଇଥିବା ନମସ୍କାର ପ୍ରଥାକୁ ସାରା ବିଶ୍ୱ ଆପଣେଇଥିବାରୁ ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଛି ।

Leave A Reply

Your email address will not be published.