Latest Odisha News

BREAKING NEWS

‘ଧଉଳି ଏକ୍ସପ୍ରେସ’ର ଗୋଟିଏ ବଗି ଲାଇନଚ୍ୟୁତ, ଯାତ୍ରୀ ସୁରକ୍ଷିତ

ଭୁବନେଶ୍ୱର : ହାୱଡା-ପୁରୀ ଧଉଳି ଏକ୍ସପ୍ରେସ ମଙ୍ଗଳବାର ସକାଳେ ଖଡଗପୁର ନିକଟସ୍ଥ ଭୋଗପୁର – ପାଂସକୁରା ମଧ୍ୟରେ ଲାଇନଚ୍ୟୁତ ହୋଇଛି।

ସୂଚନା ଅନୁଯାୟୀ ଭୋଗପୁର – ପାଂସକୁରା ମଧ୍ୟରେ ଆସୁଥିବାବେଳେ ଏହି ଏକ୍ସପ୍ରେସର ଗୋଟିଏ ବଗି ଟ୍ରାକରୁ ବାହାରି ଯାଇଥିଲା।

ଅନ୍ୟପକ୍ଷରେ ଏହି ବଗିରେ ପ୍ରାୟ ୮୫ ଜଣ ଯାତ୍ରୀ ରହିଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ସୁତ୍ରରୁ ପ୍ରକାଶ ।

ଇଷ୍ଟକୋଷ୍ଟ ରେଲୱେର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପାଖାପାଖି ଘ୭.୦୮ମି. ସମୟରେ ଖଡଗପୁର ସେକ୍ସନ ଅନ୍ତର୍ଗତ ଭୋଗପୁର – ପାଂସକୁରା ମଧ୍ୟରେ ଏହି ଅଘଟଣ ଘଟିଥିଲା” ।

ସେ ଆହୁରି ମଧ୍ୟ କହିଛନ୍ତିଯେ ଟ୍ରେନରେ ଥିବା ସମୟସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ବଗି ଲାଇନଚ୍ୟୁତ ହେବାର କିଛି ସମୟ ପରେ ଘଟଣାସ୍ଥଳରେ ବରିଷ୍ଠ ରେଲୱେ ଅଧିକାରୀଙ୍କ ସମେତ ରିଲିଫ ଟିମ୍ ଓ ଇଞ୍ଜିନିୟର ମାନେ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ବଗିଟିର ମରାମତି କାମ ସମାପ୍ତ ପରେ ଟ୍ରେନ ଗନ୍ତବ୍ୟସ୍ଥଳକୁ ଗତି କରିବ ବୋଲି ବରିଷ୍ଠ ଲୋକସମ୍ପର୍କ ଅଧିକାରୀ କହିଛନ୍ତି ।

ଆହୁରି ମଧ୍ୟ ରେଳ କର୍ତ୍ତୃପକ୍ଷଙ୍କ ତରଫରୁ ଯାତ୍ରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଏକ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି ।

• ଖଡ଼ଗପୁର ସେକ୍ସନ ପକ୍ଷରୁ ଜାରି ହୋଇଥିବା ହେଲ୍ପ ଲାଇନ ନଂ- (୦୩୨୨୨୫୫୮୯୭ ଓ ୦୩୨୨୨୨୫୫୭୫୧)
• ବାଲେଶ୍ୱର (୦୬୭୮୨୨୬୫୭୬୭) ଏବଂ ହାୱଡ଼ା (୦୩୩୨୬୩୭୭୧୯୭) ।

Leave A Reply

Your email address will not be published.