ଚଣ୍ଡିଗଡ: ପୋଲିସ ବିରୋଧରେ ଆସିଛି ଅସଦାଚରଣ ଅଭିଯୋଗ । ମହିଳାଙ୍କୁ ଅସଦାଚରଣ କରିବା ଓ ଜଣେ ବ୍ୟକ୍ତିଙ୍କ ସହ ଝଗଡା ଲାଗିବା ଅଭିଯୋଗରେ ପୋଲିସ ଆଇଜି ଗିରଫ। ଏଭଳି ଘଟଣା ଘଟିଛି ହରିୟାଣାରେ । ଆଇଜି ହେମନ୍ତ କଲଶନଙ୍କୁ ହରିୟାଣା ପୋଲିସ ଗିରଫ କରିଛି। ମହିଳାଙ୍କ ଅଭିଯୋଗ କ୍ରମେ ଆଇଜିଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ସୂଚନା ଅନୁଯାୟୀ, ହରିୟାଣା ପୋଲିସ ଆଇଜି ହେମନ୍ତ କଲସନ ଶୁକ୍ରବାର ରାତିରେ ପଞ୍ଚକୁଲାର ପିଞ୍ଜୋରା ଅଞ୍ଚଳରେ ଏକ ଘରେ ବଳପୂର୍ବକ ପଶି ଦୁଇ ଜଣ ମହିଳାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ମହିଳାଙ୍କ ଅଭିଯୋଗ କ୍ରମେ ଆଇଜିଙ୍କୁ ଗିରଫ କରାଯାଇଛି।
ଅନ୍ୟପଟେ ସତେନ୍ଦ୍ର ସିଂ ନାମକ ଜଣେ ବ୍ୟକ୍ତି ମଧ୍ୟ ହେମନ୍ତଙ୍କ ନାମରେ ଅଭିଯୋଗ କରିଛନ୍ତି। ସତ୍ୟେନ୍ଦ୍ର ସିଂ ଅଭିଯୋଗ କରିଛନ୍ତି ଯେ ଅଗଷ୍ଟ ୨୧ ରାତିରେ କଲଶନ ତାଙ୍କ ଘରେ ପ୍ରବେଶ କରି ମଦ୍ୟପାନ କରି ତାଙ୍କୁ ମାଡ଼ ମାରିଥିଲେ। ଏହି ମାମଲାରେ ପୁଲିସ ମଧ୍ୟ କଲଶନଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଏହା ପୂର୍ବରୁ ମଧ୍ୟ କଲସନ ଜୁଲାଇ ୨୭ରେ ଜଣେ ମହିଳାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଅଭିଯୋଗ ଆଧାରରେ ଅଗଷ୍ଟ ୨ରେ ତାଙ୍କ ବିରୋଧରେ ଆଇପିସିର ଧାରା ୫୦୯ ଆଧାରରେ ମାମଲା ରୁଜୁ ହୋଇଥିଲା। ୨୦୧୯ ଏପ୍ରିଲରେ ତାମିଲନାଡୁରେ ନିର୍ବାଚନ ଡ୍ୟୁଟି ସମୟରେ ଫାଙ୍କା ଗୁଳି ଚଳାଇବା ଅପରାଧରେ ତାଙ୍କୁ ନିଲମ୍ବିତ କରାଯାଇଥିଲା।
Comments are closed.