Latest Odisha News

ଛେଣ୍ଡିପଦା ଗୁଳିମାଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୁଳିମାଡ ଘଟଣାରେ ଧରାପଡିଛି ମୁଖ୍ୟ ଅଭିଯୁକ୍ତ । ପୋଲିସ ମୁଖ୍ୟ ଅଭିଯୁକ୍ତ ଟୁକୁନି ସାହୁକୁ ଗିରଫ କରିଛି । ହଣ୍ଡପା ଥାନା ନାକିଚି ଅଞ୍ଚଳରେ ପାତ୍ରପଡା ଅଞ୍ଚଳର ଟୁକୁନା ଥିବାର ଖବର ପାଇ ପୋଲିସ ଚଢାଉ କରିବା ସହ ତାକୁ ଗିରଫ କରିବାକୁ ସଫଳ ହୋଇଥିଲା । ତା ନିକଟରୁ ଏକ ମାଉଜର ମଧ୍ୟ ଜବତ କରାଯାଇଛି ।

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମରେ ଗତ ନଭେମ୍ବର ୨୫ ତାରିଖରେ ଏକ ଗୁଳିମାଡ ହୋଇଥିଲା । ଏହି ଗୁଳିମାଡରେ ପାତ୍ରପଡା ଗ୍ରାମର ଧରଣୀ ଧର ସାହୁ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ କରିଥିଲା । ତେବେ ସେବେଠାରୁ ଆଜି ଯାଏ ଗୁଳି କରିଥିବା ଯୁବକକୁ ପୋଲିସ ଧରି ପାରି ନଥିଲା । ଗଞ୍ଜେଇ ବ୍ୟବସାୟକୁ ନେଇ ନଭେମ୍ବର ମାସରେ ଏହି ଗୁଳିମାଡ ହୋଇଥିଲା ବୋଲି ଜଣାପଡିଛି ।

 

BjdElectrycity
Leave A Reply

Your email address will not be published.