Latest Odisha News

ଅନଲାଇନ ଠକେଇ: ଅର୍ଡର କଲେ ଫୋନ, ଆସିଲା ଲୁଗାଧୁଆ ସାବୁନ

ଯୋଡ଼ା: ମହଙ୍ଗା ପଡିଲା ଅନଲାଇନ ସପିଂ। ଅର୍ଡର କଲେ ଫୋନ ଆସିଲା ଲୁଗା ଧୁଆ ସାବୁନ ।

ଏପରି ଏକ ଠକେଇ ଘଟଣା ଘଟିଛି ଯୋଡ଼ା ବ୍ଲକ ବଲାଣି ଅଂଚଳରେ । ସୂଚନାନୁସାରେ ବଲାଣି ସେଲ୍ ଖଣିରେ କାର୍ଯ୍ୟ କରୁଥିବା ଦିଲୀପ କୁମାର ଉପାଧ୍ୟାୟ ଚଳିତ ମାସ ୬ ତାରିଖରେ ଆମାଜନ ରୁ ଏକ ଆଣ୍ଡ୍ରଏଡ଼ ଫୋନ ଅର୍ଡର କରିଥିଲେ । ଯାହାର ମୂଲ୍ୟ ୨୭୯୯୯ ଟଙ୍କା ଥିଲା। ଉକ୍ତ ଦିନ ଆମାଜନ ପକ୍ଷରୁ ଅଫର ଥିବାରୁ ଦିଲ୍ଲୀପ ଉକ୍ତ ଫୋନଟିକୁ ୨୫ ହଜାର ଟଙ୍କାରେ କ୍ରୟ କରିଥିଲେ ।

ତେବେ ଚଳିତ ମାସ ୧୮ ତାରିଖ ଅପରାହ୍ନ ପ୍ରାୟ ୪ ଟା ସମୟରେ ସିଷ୍ଟମ ଭେଞ୍ଚର ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ସାମଗ୍ରୀ ଡେଲିଭରି କରାଯାଇଥିଲା । ପରିବାର ବର୍ଗଙ୍କ ଉପସ୍ଥିତିରେ ଉକ୍ତ ପ୍ୟାକେଟକୁ ଖୋଲିବା ପରେ ଫୋନ ବଦଳରେ ପ୍ୟାକେଟ ଭିତରୁ ଗୋଟିଏ ସମ୍ପୂର୍ଣ ଓ ଦୁଇଟି ଖଣ୍ଡିତ ଲୁଗା ଧୁଆ ସାବୁନ ଥିବାର ଦେଖିବାକୁ ପାଇଥିଲେ ।

ଏ ନେଇ ସେ ଉକ୍ତ ଡେଲିଭରି ବୟ ରଘୁନାଥ ମୁଣ୍ଡାଙ୍କୁ ଏ ସମ୍ବନ୍ଧରେ ଅବଗତ କରାଇଥିଲେ । ଏହା ବ୍ୟତୀତ ଇ- ମେଲ ଜରିଆରେ ଆମଜନ କମ୍ପାନୀକୁ ମଧ୍ୟ ଅଭିଯୋଗ କରିଥିଲେ । ତେବେ ଆମାଜନ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ୩-୫ ଦିନ ମଧ୍ୟରେ ଉଚିତ ପଦକ୍ଷେପ ଗ୍ରହଣ କରାଯିବାକୁ ନେଇ ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଆମାଜନ କମ୍ପାନୀ ସଠିକ ସାମଗ୍ରୀ ପଠାଇଥିବା ନେଇ ଦାବି କରିଥିଲା। ପରେ ଦିଲ୍ଲୀପ ଏନେଇ ବଲାଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Comments are closed.