Latest Odisha News

BREAKING NEWS

ପ୍ରବଳ ବର୍ଷା ସତ୍ତ୍ୱେ କମୁଛି ହୀରାକୁଦର ଜଳସ୍ତର;ବନ୍ଦ ହେଲା ୫ ଟି ଗେଟ

ହୀରାକୁଦ: ରାଜ୍ୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ସତ୍ୱେ କାମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ବନ୍ଦହୋଇଛି ହୀରାକୁଦ ଡ୍ୟାମର ୫ ଟି ସ୍ୱିସଗେଟ। ବର୍ତମାନ ୧୩ ଟି ସ୍ୱିସଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ।

ସୂଚନାନୁସାରେ, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବିପଦ ସଂକେତ ୬୩୦ ଫୁଟ ଥିବା ବେଳେ ଏହା ବର୍ତମାନ ୬୧୮.୮୫ ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୨୨୮୮୮୮ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୩ ଟି ସ୍ୱିସଗେଟ ଦେଇ ୨୧୯୩୫୩ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଅଛି। ହୀରାକୁଦ ବନ୍ଧର ବାମ ପାର୍ଶ୍ୱରୁ ୯ ଟି ଓ ଦକ୍ଷିଣ ପାର୍ଶ୍ୱରୁ ୪ ଟି ସ୍ୱିସଗେଟ ଖୋଲାଯାଇଥିବା ସୂଚନା ମିଳିଛି ।।

Comments are closed.