Latest Odisha News

BREAKING NEWS

ବେଡ଼ରୁମରେ ନାଗ ସାପ…

ବାଙ୍କୀ: ଗତକାଲି ସନ୍ଧ୍ୟାରେ କଟକ ଜିଲ୍ଲାର ବାଙ୍କୀ ହରିରାଜପୁର ଗ୍ରାମ ର ଶରତ ପଣ୍ଡା ଙ୍କ ବେଡ଼ ରୁମ ରେ ଏକ ସାପ ପଶି ଥିଲା । ଏହା ଦେଖି ସେ ସ୍ନେକ ହେଲ୍ପ ଲାଇନକୁ ଫୋନ କରିଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ପହଞ୍ଚି ଢେର ଖୋଜାଖୋଜି ପରେ ବିି ସାପ କୁ ପାଇ ନଥିଲେ । ଖଟ ତଳେ ଅନେକ ଜିନିଷପତ୍ର ଥିଲା, ସେ ସବୁ ତନ୍ନ ତନ୍ନ କରି ଖୋଜିବା ପରେ ମଧ୍ୟ ସାପ ର ଦେଖା ମିଳିଲା ନାହିଁ ।

କିନ୍ତୁ ସାପର ଫୁତ୍କାର ଶବ୍ଦ ମଝିରେ ମଝିରେ ଶୁଣିବାକୁ ମିଳୁଥିଲା । ତେଣୁ ଘର ଛାଡ଼ି ମଧ୍ୟ ଆସି ହେଉ ନଥିଲା । ଘର ଵାଲା ସମସ୍ତେ ଖଟ ତଳ ଏବଂ ଆଲମାରୀ ତଳ କୁ ଗୁରୁତ୍ୱ ଦେଉଥିଲେ । ତେବେ ସବୁ ଆଡୁ ନିରାଶ ହେବା ପରେ ଏକ ପୁରୁଣା ଟିଭି ଉପରେ ସନ୍ଦେହ ଘନୀଭୂତ ହେଲା । କାଳେ ସାପଟି ଟିଭି ଭିତରେ ଥାଇପାରେ ଭାବି, ଲଳିତ ଖଟ ଉପରେ ବସି ଟିଭି ଟିକୁ ଖୋଲିବାକୁ ଉଦ୍ୟମ କଲା ବେଳେ ଖଟ କଣ ରେ ଗଦି ତଳେ କଣ ଗୋଟେ ହଲ୍ ଚଲ୍ ହେବା ଦେଖି ଦୁର୍ଗା ମାଧବ ଚିତ୍କାର କରି ଲଳିତଙ୍କୁ ଖଟ ଉପରୁ ଉଠି ଯିବା ପାଇଁ କହିଲେ । ଲଳିତ କାଳ ବିଳମ୍ବ ନକରି ସଙ୍ଗେ ସଙ୍ଗେ ଖଟ ଉପରୁ ଉଠି ଆସିଥିଲେ । ଏଥି ସହ ଘର ଲୋକଙ୍କୁ ତୁରନ୍ତ ସେହି ଜାଗାରୁ ବାହାରିଯିବାକୁ ନିର୍ଦେଶ ଦେଲେ ।  ଅତ୍ୟନ୍ତ ସତର୍କତାର ସହ ସ୍ନେକ ହୁକ ସାହାଯ୍ୟରେ ଗଦି କୁ ଟେକିବା ପରେ, ଏକ ମୋଟା ନାଗ ସାପ ଦେଖିବାକୁ ମିଳିଥିଲା । ସାପଟିକୁ ଆସ୍ତେ ବାହାରକୁ ଆଣିବା ବେଳକୁ ତାର ଲମ୍ବ ଆନୁମାନିକ ୫ ଫୁଟ ବୋଲି ଜଣାଗଲା । ଏକ ନିଶ୍ଚିତ ଦୁର୍ଘଟଣା ରୁ ଉଭୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଏବଂ ଶରତ ବାବୁ ଙ୍କ ଘର ଲୋକ ରକ୍ଷା ପାଇଲେ ।

ନାଗ ସାପଟିକୁ ବାଙ୍କୀ ଠାରୁ ଦୂରରେ ଏକ ପ୍ରାକୁତିକ ଆବାସସ୍ଥଳୀରେ ଛାଡି ଦିଆ ଯାଇଛି। ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ବାଙ୍କୀ ରେ ଅନେକ ସ୍ଥାନ ଜଳାର୍ଣ୍ଣବ ହେଇଥିବାରୁ, ଏଇ ନାଗ ସାପ ଟି ବାସହରା ହୋଇ ଶରତ ବାବୁଙ୍କ ଘରକୁ ଆଶ୍ରୟ ନେବା ପାଇଁ ଉଠି ଆସିଥିବ ବୋଲି ସ୍ନେକ ହେଲ୍ପ ଲାଇନ ର ସଂଯୋଜକ ଲଳିତ ମୋହନ ପଣ୍ଡା ପ୍ରକାଶ କରିଛନ୍ତି ।

“ବାଙ୍କୀରେ ପ୍ରବଳ ବର୍ଷା ଲାଗିରହିଥିଲା ବେଳେ, ଗତ  ୨ ଦିନ ଭିତରେ ପ୍ରାୟ ୮୦ ଟି କରୋନା ପଜିଟିଭ ମଧ୍ୟ ଚିହ୍ନଟ ହେଇଚନ୍ରି । ଏଣୁ ଆମେ ପରିସ୍ଥିତିର ଗୁରତ୍ୱକୁ ବିଚାର କରି ଅଳ୍ପ କିଛି ରେସକ୍ୟୁ କଲ ଆଟେଣ୍ଡ କରୁଛୁ” ବୋଲି ସ୍ନେକ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.