Latest Odisha News

BREAKING NEWS

ବଗଲା ଧର୍ମଶାଳା ଜମି ହଡପ ଷଡଯନ୍ତ୍ର: କଂଗ୍ରେସ

ଭୁବନେଶ୍ୱର: ପୁରୀ ବଗଲା ଜମି ସରକାର ବିକ୍ରି କରିଥିବା ନେଇ ଅଭିଯୋଗ ଉଠିଛି । ଏହାକୁ ନେଇ ଏବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ବଗଲା ଧର୍ମଶାଳା ଜମି ହଡପ କରିବା ନେଇ ଷଡଯନ୍ତ୍ର ଚାଲିଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଭିଯୋଗ କରିଛି ।

କଂଗ୍ରେସ କହିଛି, ବଗଲା ଧର୍ମଶାଳା ଜମିକୁ ପୁରୀ ରାଜସ୍ୱ ବିଭାଗକୁ ଅଭଡା ସ୍କିମ୍ ପାଇଁ ଦିଆଯିବ । ଏଥିପାଇର୍ ଟର୍ମ କଣ୍ଡିସନ୍ ରହିବା କଥା । କିନ୍ତୁ ଏହା ନକରି କେମିତି ଜମି ବିକ୍ରି କରାଯାଇଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

କଂଗ୍ରେସ ଆହୁରି କହିଛି ଯେ, ଜମି ମାଲିକାନା ନଥାଇ ଜିଲ୍ଲାପାଳ କିଭଳି ଜମି ବିକ୍ରି କରିଛନ୍ତି । ପୁରୀ ଲୋକ ବିସ୍ଥାପିତ ହୋଇନାହାନ୍ତି ବୋଲି ଯଦି ସରକାର କହୁଛନ୍ତି ତେବେ ତାହା ସ୍ପଷ୍ଟ କରନ୍ତୁ । ଶତାଧିକ ଲୋକଙ୍କୁ ଭୁଆଁ ବୁଲାଇ ଜମି ବିକ୍ରି କରାଯାଇଛି । ଜମି ବାଂଟିବା ପାଇଁ ନଗର ଉନ୍ନୟନ ବିଭାଗ ଟର୍ମ କଣ୍ଡିସନ୍ ଦେଖାଇବା ପାଇଁ କଂଗ୍ରେସ ଦାବି କରିଛି । ଜିଲ୍ଳାପାଳ ଏଜେଂଟ ଭଳି କାମ କରୁଛନ୍ତି । ଜମି ବିକିବା ପାଇଁ ତାଙ୍କୁ କିଏ ଅନୁମତି ଦେଲା , ୨୪ ଘଂଟା ଭିତରେ ଉତ୍ତର ଦିଅନ୍ତୁ ବୋଲି କଂଗ୍ରେସ କହିଛି ।

Leave A Reply

Your email address will not be published.