ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୮ ହଜାର ୮୪୦ କରୋନା ନମୁନା ପରୀକ୍ଷା ହୋଇଛି।
ଏଥିମଧ୍ୟରୁ ୫୦,୦୨୩ ଜଣଙ୍କର ଆଣ୍ଟିଜେନ, ୮୬୮୦ ଟି ଆରଟିପିସିଆର୍ ଓ ୧୩୭ ଟି ଟ୍ରୁନଟ୍ ପରୀକ୍ଷା ହୋଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ଲଗାତାର କିଛି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା ହେବା ଫଳରେ ନମୁନା ପରୀକ୍ଷଣ ସଂଖ୍ୟା ଇତିମଧ୍ୟରେ ୧୬ ଲକ୍ଷ ୧୨ ହଜାର ୯୮ ରେ ପହଞ୍ଚିଛି।
Comments are closed.