Latest Odisha News

ସୁଶାନ୍ତଙ୍କ ଫ୍ଲାଟରେ ରହି ଏହାକୁ ନିଜର ବୋଲି ଦାବି କରୁଛନ୍ତି ଅଙ୍କିତା: ରିୟା

ମୁମ୍ବାଇ: ଦିନକୁ ଦିନ ରହସ୍ୟ ଘେରକୁ ଟାଣି ହୋଇ ଯାଉଛି ଅଭିନେତା ସୁଶାନ୍ତ ସିଂ ଙ୍କ ମୃତ୍ୟୁ ଘଟଣା । ଏହା ହତ୍ୟା କି ଆତ୍ମହତ୍ୟା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ। ତେବେ ପ୍ରତିଦିନ ସୁଶାନ୍ତଙ୍କୁ ନେଇ ଏକ ନୂଆ ଗୁଜବ ବା ତଥ୍ୟ ସାମ୍ନାକୁ ଆସୁଛି।

ସୁଶାନ୍ତ ସିଂ ରାଜପୁତ ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ଫ୍ଲାଟ ପାଇଁ ସୁଶାନ୍ତ EMI ଦେଉଥିବା ଖବର ପ୍ରକାଶ କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା । ପରେ ଅଙ୍କିତା ଏହି ଖବରକୁ ଖଣ୍ଡନ କରିବା ସହ ସେ ନିଯେ ନିଜ ଘରର EMI ଦେଉଥିବାର ଦାବି କରିଥିଲେ। ଏନେଇ ଅଙ୍କିତା ନିଜ ବ୍ୟାଙ୍କ ଷ୍ଟେଟମେଣ୍ଟ ମଧ୍ୟ ପ୍ରଦାନ କରିଥିଲେ ଯାହା ଦର୍ଶାଇଥିଲା ଯେ ସେ ସୁଶାନ୍ତ ନୁହେଁ ବରଂ ସେ ନିଜେ ହିଁ ତାଙ୍କ ଫ୍ଲାଟ ପାଇଁ EMI ଦେଉଛନ୍ତି।

ତେବେ ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀ ଅଭିଯୋଗ କରିଛନ୍ତି ଯେ ଅଙ୍କିତା ସୁଶାନ୍ତଙ୍କ ଫ୍ଲାଟରେ ରହୁଛନ୍ତି ଏବଂ ଏହାକୁ ନିଜର ବୋଲି ଦାବି କରୁଛନ୍ତି। ରିୟା ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ଏହି କହିଛନ୍ତି ।

“ଶେଷ ଥର ପାଇଁ ସୁଶାନ୍ତ କେବେ ଅଙ୍କିତାଙ୍କ ସହ କଥା ହୋଇଥିଲେ ବୋଲି ପ୍ରଶ୍ନରେ ରିୟା ଉତ୍ତର ଦେଇଥିଲେ ଯେ, ଅତିକମରେ ଗତ ୪ ବର୍ଷ ମଧ୍ୟରେ ସେ କଥା ହୋଇ ନାହାନ୍ତି । ତା’ପରେ ସେ କହିଥିଲେ ଯେ, ମଣିକର୍ଣ୍ଣିକା ସୁଟିଂ ସମୟରେ ସୁଶାନ୍ତ ଅଙ୍କିତାଙ୍କ ସହ କଥା ହୋଇଥିଲେ । ଆହୁରି ମଧ୍ୟ ରିୟା କହିଛନ୍ତି କି, ଅଙ୍କିତା ସୁଶାନ୍ତଙ୍କ ଫ୍ଲାଟରେ ରୁହନ୍ତି ଏବଂ ଏହା ତାଙ୍କ ନିଜ ଫ୍ଲାଟ ବୋଲି ଦାବି କରନ୍ତି” । ତେବେ ଅଙ୍କିତା ଏହି କଥାକୁ ଖଣ୍ଡନ କରିଛନ୍ତି।

Leave A Reply

Your email address will not be published.