Latest Odisha News

BREAKING NEWS

ବାହ୍ୟଜଗତରୁ ବିଚ୍ଛିନ୍ନ ହେଲା ବରୀ

ଯାଜପୁର: ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଯାଜପୁରର ବରୀ ଅଞ୍ଚଳ । ବୈତରଣୀରେ ବନ୍ୟା ଯୋଗୁଁ ଯାଜପୁରର ବରୀକୁ ସମସ୍ତ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସମ୍ପୂର୍ଣ୍ଣ ଅଞ୍ଚଳଟି ପାଣି ଘେରରେ ରାହିଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ।

ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

ବରୀ ଅଞ୍ଚଳକୁ ସବୁ ଦିଗରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ବାଲିଚନ୍ଦ୍ରପୁରରୁ କେବଳ ଗୋଟିଏ ରାସ୍ତା ହିଁ ଯୋଗାଯୋଗର ମାଧ୍ୟମ ହୋଇ ରହିଛି । ବନ୍ୟା ବିପର୍ଯ୍ୟସ୍ତ ଏହି ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି ୧୭ ଅଧିକାରୀ । ବନ୍ୟାଞ୍ଚଳକୁ ପଲିଥିନ୍‌, ଖାଦ୍ୟ ସାମଗ୍ରୀ ଓ ଲାଇଟ୍‌ ପାଠ ଯାଇଥିବା ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା।

Leave A Reply

Your email address will not be published.