Latest Odisha News

BREAKING NEWS

ବୟସ ଅନୁସାରେ ଆପଣଙ୍କ ଓଜନ ଠିକ ଅଛି ତ? ଜାଣନ୍ତୁ

ଭୁବନେଶ୍ୱର: ସୁସ୍ଥ ମଣିଷର ପରିଚୟ ତା’ର ସୁସ୍ଥ ଶରୀର । ସୁସ୍ଥ ଶରୀର ପାଇଁ ପ୍ରଥମେ ଆବଶ୍ୟକ ସଠିକ ଓଜନ। ତେବେ ସଠିକ ଓଜନ କଣ? ଜଣେ ମଣିଷ ଶରୀରର କେଉଁ ବୟସରେ ସଠିକ ଓଜନ କେତେ ରହିବା ଆବଶ୍ୟକ? ଆଜି ଆମେ ଆପଣଙ୍କୁ କହିବୁ ଏସମ୍ପର୍କରେ…

ନବଜାତ ବା ସଦ୍ୟଜାତ ଶିଶୁ ପୁତ୍ରର ଓଜନ ୩.୩ କିଲୋଗ୍ରାମ ଓ କନ୍ୟାର ଓଜନ ୩.୨ କିଲୋଗ୍ରାମ ରହିବା ଉଚିତ୍।

୩ରୁ ୫ ମାସର ପୁଅର ଓଜନ ୬ କେଜି ଓ ଝିଅର ଓଜନ ୫.୪ କେଜି ହେବା ଉଚିତ।

ବର୍ଷକ ଯାଏଁ ପୁଅର ଓଜନ ସର୍ବାଧିକ ୧୦.୨ କିଲୋ ଓ ଝିଅର ୯.୫ କିଲୋ ହେବା ଉଚିତ।

୨ ବର୍ଷ ବେଳକୁ ପୁଅର ଓଜନ ସର୍ବାଧିକ ୧୨.୩ କେଜି ଓ ଝିଅର ଓଜନ ୧୧.୮ କିଲୋ ହେବା ଉଚିତ।

୭ ରୁ ୮ ବର୍ଷର ପୁଅର ଓଜନ ୨୨ କିଲୋ ଓ ଝିଅର ଓଜନ ୨୫ କିଲୋ ହେବା ଉଚିତ।

୯ ରୁ ୧୧ ବର୍ଷ ପିଲାର ପୁଅର ୩୧.୪ କିଲୋ ଓ ଝିଅର ୩୨.୨ କିଲୋ ଓଜନ ହେବା ଉଚିତ୍।

୧୨ରୁ ୧୪ ବର୍ଷ ପୁଅର ଓଜନ ୪୭ କିଲୋ ଓ ଝିଅର ୪୮ କିଲୋ ହେବା ଉଚିତ।

୧୫ ରୁ ୧୮ ବର୍ଷ ବୟସର ପୁଅ ଓ ଝିଅ ଉଭୟଙ୍କ ଓଜନ ୬୦ କିଲୋ ରହିବା ଉଚିତ।

୧୯ରୁ ୨୯ ବର୍ଷ ମଧ୍ୟରେ ପୁଅର ଓଜନ ୬୫ କିଲୋ ଓ ଝିଅର ଓଜନ ୬୦ କିଲୋ ହେବା ଉଚିତ।

୩୦ ରୁ ୩୯ ବର୍ଷରେ ପୁରୁଷମାନଙ୍କ ଓଜନ ୭୦ କିଲୋ ଓ ମହିଳାଙ୍କ ଓଜନ ୭୬.୭ କିଲୋ ହେବା ଉଚିତ।

୪୦ ରୁ ୪୯ ବର୍ଷ ରେ ପୁରୁଷଙ୍କ ଓଜନ ୭୨ କିଲୋ ଓ ମହିଳାଙ୍କ ଓଜନ ୭୬.୨ କିଲୋ ହେବା ଉଚିତ।

୫୦ ରୁ ‌୬୦ ବର୍ଷର ପୁରୁଷଙ୍କ ଓଜନ ୬୫  କିଲୋ ଓ ମହିଳାଙ୍କର ଓଜନ ୭୭ କିଲୋ ହେବା ଉଚିତ।

Leave A Reply

Your email address will not be published.