Latest Odisha News

BREAKING NEWS

ଜେଇଇ ପରୀକ୍ଷା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ବସ୍ ସେବା

ଭୁବନେଶ୍ୱର: ଜେଇଇ ଓ ନେଟ୍ ପରୀକ୍ଷାର ସୁପରିଚାଳନା କରିବ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।

ସେହିପରି ଗଞ୍ଜାମ ପ୍ରଶାସନ ମଧ୍ୟ ଆଇଟିଆଇ ବ୍ରହ୍ମପୁରରୁ ଭୁବନେଶ୍ୱର ପର୍ଯ୍ୟ‌ନ୍ତ ଏକ ବସ୍ ଚଳାଚଳ ପାଇଁ ବ୍ୟବସ୍ଥା କରିଛନ୍ତି। ସୋମବାର ମଧ୍ୟାହ୍ନ ୧୨ଟା ୩୦ମି. ବେଳକୁ ଏହା ଛାଡ଼ିବ ବୋଲି ପ୍ରଶାସନ ପକ୍ଷରୁ ଟ୍ବିଟ୍ କରାଯାଇଛି।

ଏହାର ସୁଯୋଗ ପାଇବା ପାଇଁ ପ୍ରାର୍ଥୀମାନେ ରବିବାର ରାତି ୮ଟା ପର୍ଯ୍ୟ‌ନ୍ତ ୦୯୪୩୮୨ ୯୩୯୦୯ ନଂରେ ନୋଡାଲ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

ଜେଇଇ ପରୀକ୍ଷା ସେପ୍ଟେମ୍ବର ୧ ରୁ ୬ ଏବଂ ସେପ୍ଟେମ୍ବର ୧୩ରେ ନେଟ୍ ପରୀକ୍ଷା ଅନୁଷ୍ଠିତ ହେବ।

Comments are closed.