ପଥର ବି କଥା କହେ – ଅନେକ ଯୁଗର କଥା । ସେ କଥାରେ କାଳାନ୍ତରର କ୍ଳେଶ…ମନ୍ୱନ୍ତରରମନାସ… ପୁରାଣର ପ୍ରାସ…କିମ୍ବଦନ୍ତୀର ଖଣ୍ଡିତକ୍ଷୟକାଶ…ଇତିହାସର ଆଭାସ !ପଥର ଆଖିରେ ପ୍ରାଗୈତିହାସିକ ପର୍ଯାୟର ପରଳ… ପଥର ପତାରେଜମାଟବାଂଧେ ଅଜସ୍ର ଅବ୍ଦର ଅଶ୍ରୁଜଳ ।
ତା’ଛାତିରକ୍ଷତଚିହ୍ନ – ମଣିଷସଭ୍ୟତାରମୁଦ୍ରାଙ୍କନ । ପଥର ଭିତରେ ଛପିଥାଏ ରୂପାନ୍ତରର ରହସ୍ୟ !
ପଥରରଭାଷା – ନିରନ୍ତର ନିରବତା । କେବେ ଅନୁଭବ କରିଛ କି ସେ ମହାନିରବତାର ମାହାତ୍ମ୍ୟ ? ଅନନ୍ତ ବକ୍ତବ୍ୟର ଅଲିଖିତ ଅଭିବ୍ୟକ୍ତି – ସେ ନିହିତାର୍ଥମୟ ନିରବତା, ସେ ନୈପଥ୍ୟାଶ୍ରିତ ନୈଶବ୍ଦ । ବିନାସ୍ୱର, ବିନା ଶବ୍ଦ – ଅଥଚ ଅସୁମାରୀ ଅର୍ଥରେ ଅସରନ୍ତି ଏ ପଥରର ଭାଷା ! ଉଦ୍ଧତ ଭଂଗୀରେ ଉଚ୍ଚାରଣ କର ତୁମ ଧ୍ୱନିବଦ୍ଧ ଶବ୍ଦସବୁ – ପାହାଡର ପଥର ପିଠିରେ ପିଟିହୋଇ ସେ ସବୁ ଫେରିଆସିବ ପ୍ରତିଧ୍ୱନିହୋଇ – କାରଣ ପଥର ଆଗରେଏହା ଅକାରଣ – ଅନର୍ଥକ – ନିରର୍ଥକ । ଯଦି ତୁମ ଭଳିଭଳି ଭାଷାର ଭୂଗୋଳ, ପରିମିତ ପରିଭାଷାର ନକଲି ନକ୍ସା ବାହାରେ ଅସଲ ସତ୍ୟର ଫସଲ କିଆରି ପାଖେ ପହଂଚିବା ପାଇଁ ପ୍ରସ୍ତୁତ ହୁଅ କେବେ, ତା’ହେଲେ ଅନୁଧ୍ୟାନ କର ଧ୍ୟାନସ୍ଥ ମୁଦ୍ରାରେ ମୂର୍ତି ଲକ୍ଷକୋଟି ପଥରର ନିଃଶବ୍ଦ ନିର୍ଦେଶ … ଅଧ୍ୟୟନ କର ଅଗଣିତମୌନବ୍ରତୀ ପଥର ଖଣ୍ଡର ଭାଷାତୀତ ଭାଷ୍ୟ ! ପ୍ରତ୍ୟେକ ପ୍ରସ୍ତର – ଏକ ଏକ ଅନବଲୋକିତ ଅବତାର ! ଅବ୍ୟକ୍ତବ୍ୟଥାର କଥାକାର !!
ମୁଁ ପଥର । ମୋ ଉପରେ ମଣିଷ, ଜୀବଜନ୍ତୁମାନେ କେତେ ଯେ ଅତ୍ୟାଚାର କରିଛନ୍ତି, ଲାଞ୍ଛନା-ଅବମାନନା-ଅଭିଶାପ ଦେଇଆସିଛନ୍ତି, ସବୁ କିଛି ମୁଁ ସହି ଆସିଛି । ଇଂଚେ ମାଟି ସୃଷ୍ଟି କରିବା ପାଇଁ ପୃଥିବୀକୁ ହଜାର ହଜାର ବର୍ଷ ଲାଗିଛି । ଥରେ ମାତ୍ର ଭାବି ଦେଖ ତ ପଥର ଖଣ୍ଡେ ସୃଷ୍ଟି ହେବା ପାଇଁ କେତେ ଲକ୍ଷ ବର୍ଷ ଲାଗିଥିବ । ସେଇ ପଥରର ଆତ୍ମା ଆଜିକାନ୍ଦୁଛି । ତା’ର ଭାଇ ବଂଧୁ ପରିଜନ ଆଇରନ୍ଓର, କ୍ରୋମାଇଟ, କୋଇଲା, ନିକେଲ, ବକ୍ସାଇଟ୍, ମାଙ୍ଗାନିଜଠାରୁ ଆରମ୍ଭ କରିସୁନା, ହୀରା, ମୋତିମାଣିକ ପର୍ଯ୍ୟନ୍ତ ନାନାଜାତି-ପ୍ରଜାତିରଛୋଟବଡ଼ ପଥର ଧୀରେଧୀରେ ପଳାଇ ଯାଉଛନ୍ତି କାହିଁ କୁଆଡ଼େ । ପ୍ରକୃତିର ଏହି ଅମୂଲ୍ୟରତ୍ନକୁ ନବ୍ୟ ସଭ୍ୟ ଶିକ୍ଷାପ୍ରାପ୍ତ ମୁହୂର୍ତବାଦୀ ମଣିଷ ଲୁଣ୍ଠନ କରିଚାଲିଛି । ଏହି ଖଣିଜ ପଦାର୍ଥ ଅସରନ୍ତି ନୁହେଁ । ଦିନେ ଏହା ସରିଯିବ । ଯାନ୍ତ୍ରିକ ମଣିଷମାନେ ଏ ଧରିତ୍ରୀ ମାତାକୁ କେତେ ଦୁଃଖ ପହଂଚାଉଛନ୍ତି । କେତେ ବେଇମାନ ହେଲେ ଯାଇ ମଣିଷ ପ୍ରକୃତିକୁ ନଷ୍ଟ କରେ !
ମୁଁ ବି ମଣିଷ, ଜୀବଜନ୍ତୁ ଭଳି ସଂପର୍କ, ସୌହାର୍ଦ୍ଦ୍ୟ କଥା ବୁଝୁଥିଲି । ମାଟି, ବାଲିଗରଡ଼ା ସହିତ ବନ୍ଧୁତା ବାନ୍ଧିଥିଲି । ବାଲି ଗରଡ଼ାକୁ ମନେ ପ୍ରାଣେ ମୋର ସାନ ସଂଗାତ ମଣୁଥିଲି । ମୋତେ ଛାଡ଼ି ସେ ବାଲିଗରଡ଼ା କୁଆଡ଼େ ପଳାଇଗଲା । ତା ସତା-ପତା ଖୋଜିଖୋଜି ପାଉନି ।
ମୁଁ ମୋ ସାନସଂଗାତ ବାଲିଗରଡ଼ାକୁ ଖୋଜିଖୋଜି ପର୍ବତରୁ ଗଡ଼ିଗଡ଼ି ଆସିଲା ବେଳେ ମୋ ଆକାର ପ୍ରକାର ଭାଙ୍ଗି ଚୂରି ଟୁକୁରାଟୁକୁରା ହୋଇଗଲା; ଯାହାମଂଜଟି ଥିଲା ସେ ଦେହକୁ ନେଇ ମୁଁ ରାସ୍ତା ଉପରେ ପଡ଼ିଗଲି ।ରାସ୍ତାରେ କେତେ ଯେ ମାଡ଼ଗାଳି, ଗୋଇଠାଖାଇଛି, ତା’ରହିସାବ ନାହିଁ । ମୋହୀନିମାନିଆ କପାଳକୁ ନିନ୍ଦିବାକୁ ଲାଗିଲି । ମୋ ସାନସଂଗାତ ସିନା ମୋତେ ଛାଡ଼ିଚାଲିଗଲା, ଏଣେ ରାସ୍ତାରେ ଖାଲି ମାଦଳ ଭଳି ଗଡ଼ିଲି ସିନା ହେଲେ କେହି ମୋତେ ପଚାରିଲେ ନାହିଁ । ଏଇ ଗଡ଼ାଗଡ଼ି ଭିତରେ ମୋ ଦେହରେ ଯେଉଁ ଖାଦ ଥିଲା, ମଳି ଥିଲା, ସବୁଛାଡ଼ି ଯାଇଥିଲା । କେବଳ ଧୂଳିମଳିରେ ଟିକେ କୋତରା ଦେଖାଯାଉଥିଲି । କେଉଁଠି ଥିଲା କେଜାଣି କଳାହାଣ୍ଡିଆ ମେଘଟା ବର୍ଷିଗଲା ଯେ ମୋ ଦେହ ପୂରା ସଫା ହୋଇଗଲା । ମୁଁଚିକ୍ଚିକ୍ ଦେଖାଗଲି ।ସେଇ ରାସ୍ତାରେ ଧଳା ଲୋକଟାଏ ଘୋଡ଼ାରେ ଚଢ଼ି ଯାଉଥିଲା ।
ତା’ ଚିଲା ଆଖି ମୋ ଚକ୍ଚକିଆ ମଂଜଦେହ ଉପରେ ଲାଖିରହିଲା । ଘୋଡ଼ାରୁ ଓହ୍ଲାଇ ମୋତେ ଉଠାଇ ନେଇ ପୋଛାପୋଛି କରି ଅତି ଆଦରଯତ୍ନରେତା’ ବ୍ୟାଗଭିତରେ ପୂରାଇ ଘୋଡ଼ାଛୁଟାଇ ଅନ୍ତର୍ଦ୍ଧାନ ହୋଇଗଲା ।
ମହାଗିରି ପର୍ବତର ପାଦଦେଶରେ ସେଇ ଧଳାଲୋକଟି ଏବଂ ଆଉ ଚାରିପାଂଚଞ୍ଚ ଜଣ ତମ୍ବୁ ପକାଇରହୁଥିଲେ ।ବ୍ୟାଗ ଭିତରୁ ମୋତେ ବାହାରକରି ତା’ ଟେବୁଲରେ ରଖିଲା ।ସମସ୍ତେ ମୋତେ ନିରୀକ୍ଷଣ କରି ଓଲଟପାଲଟ କଲେ । ଯତ୍ନରେ ଆଣିଥିବା ଘୋଡ଼ା ଚଢ଼ାଳି ଟେବୁଲ ଉପରେ ମୋତେ ଦୁଇତିନିଥର କଚଡ଼ାକଚଡ଼ି କଲା ।ମୋର ଅବଶ୍ୟ ଆଉ ଧୂଳିମଳି ନ ଥିଲା । ମୁଁ ମଧ୍ୟ ବିଶେଷ କଷ୍ଟ ପାଇଲି ନାହିଁ । ମୋତେ ଟିକିଏ କୁତୁକୁତୁ ଲାଗୁଥାଏ ।କିଛି ମଣିଷ ମୋତେ ଗୋଇଠା ମାରୁଥିଲେ- ଏମାନେ ମୋତେ ଯତ୍ନରେ ଆଣି ଟେବୁଲ ଉପରେ ଥୋଇ ଟିକେ ଗେହ୍ଲା କରୁଛନ୍ତି । ସେମାନଙ୍କ ଭିତରେ କ’ଣ ଟୁପୁରଟାପୁରୁ ହେଲେ କେଜାଣି ମୋତେ ନେଇ କାଚପାତ୍ରରେ ବନ୍ଦୀକଲେ । ଦୁଇ ଦିନ ପରେ ବିନା ପାଶ୍ପୋର୍ଟରେ ବିମାନ ଯାତ୍ରା କରିଇଂଲଣ୍ଡରେ ପହଂଚିଗଲି ।
ଇଂଲଣ୍ଡର ଏକ ବିରାଟ ଲାବୋରେଟୋରୀରେ ମୋତେ ରଖାଗଲା । ପ୍ରଥମେ ଇଂଲଣ୍ଡରବୈଜ୍ଞାନିକ, ଇଞ୍ଜିନିୟର, ଭୂତତ୍ୱବିତ୍ ପ୍ରମୁଖ ଆସି ପହଂଚି ଅଣୁବୀକ୍ଷଣ ଯନ୍ତ୍ରରେମୋତେ ପରୀକ୍ଷା ନିରୀକ୍ଷାକଲେ । ପ୍ରାୟ ପନ୍ଦର ଦିନ କାଳବିଭିନ୍ନ ଦେଶର ବିଶେଷଜ୍ଞମାନେ ଆସି ମୋତେ ଦେଖିଲେ । ଓଲଟପାଲଟ ଯେ କେତେଥର ହୋଇଛି- ତା’ରହିସାବରଖିନି ।
ତା’ପରେସେମାନେ ଶେଷସିଦ୍ଧାନ୍ତରେ ପହଂଚିଲେ – ମୋରଜନ୍ମସ୍ଥାନକୁ ଯାଇ ମୋ ଭାଇ ବନ୍ଧୁକୁଟୁମ୍ବମାନଙ୍କୁ ଠାବକରିବେ । ମୋଭଳିପଥର କାଳେ ପୃଥିବୀରେ ବିରଳ ।
ହଜାର ହଜାରବର୍ଷ ଧରି ପାହାଡ଼ ପର୍ବତ ଜଙ୍ଗଲ ଭିତରେ ମାଟିତଳେ ଆମେମାନେ ବସବାସ କରୁଛୁ ।ତା’ରସନ୍ଧାନ ମଣିଷଜାତି ପାଇ ନ ଥିଲେ । ମୋ’ ସାନସଂଗାତ ବାଲିଗରଡ଼ାକୁ ଖୋଜିବାକୁ ଯାଇ ରାସ୍ତାକୁ ଓହ୍ଲାଇ ଆସିଥିଲିସିନା, ଏବେ ଆମରବଂଶକୁ ମଣିଷମାନେ ବିରାଟକାୟ ଯନ୍ତ୍ର ସାହାଯ୍ୟରେ ଉଠାଇ ଆଣିବେ । ଆମକୁ କାଳେ ମଣିଷ ଆଉ ଜୀବଜନ୍ତୁମାନଙ୍କର ବିକାଶ ପାଇଁ ବ୍ୟବହାର କରାଯିବ ।
ସେମାନେ ଆମଜନ୍ମସ୍ଥାନକୁ ଯାଇ ପହଂଚିଗଲେ । ଆମ ଜନ୍ମସ୍ଥାନ ପାହାଡ଼ ପର୍ବତ ଜଙ୍ଗଲ ଭିତରେ ।ସେତେବେଳେ ସାମନ୍ତବାଦୀ ସାଆନ୍ତ ରାଜାମାନେ ସେସବୁ ଅଂଚଳରମାଲିକ । ଖବର ଖୁବରା ନେଇ ଆମ ଗହଳିଆ ଜନ୍ମସ୍ଥାନକୁ ଭୂତତ୍ୱ ସର୍ଭେ କରିବା ପାଇଁ ଜଙ୍ଗଲ ମାଲିକରଜାଙ୍କୁ ଯାଇ ଅନୁରୋଧ କଲେଏବଂ ପ୍ରସ୍ତାବ ଦେଲେ ରଜା ଭାଗୀଦାର ରହନ୍ତୁ । ରଜା କିନ୍ତୁ ରାଜିହେଲେନି । କହିଲେ- ମୋତେଟଙ୍କା ଆଉ ଗୋଟିଏ ମଟରଗାଡ଼ି ଦିଅ । ଧଳା ଲୋକମାନେ ଏ ପ୍ରସ୍ତାବରେ ରାଜି ହୋଇ କେତେ ହଜାର ଟଙ୍କା ଏବଂ ଇଂଲଣ୍ଡ ପ୍ରସ୍ତୁତ ସୁନ୍ଦରିଆ ମଟରଗାଡ଼ିଟିଏ ଉପହାର ଦିଅନ୍ତେ ସଙ୍ଗେ ସଙ୍ଗେ ରଜା ଅନୁମତି ଦେଇ ସେ ଜଙ୍ଗଲକୁ ବିକ୍ରି କରିଦେଲେ ।
ଧଳାଲୋକମାନେ ତମ୍ବୁମାରିଶହେମିଟର ପର୍ଯ୍ୟନ୍ତ ପାଇପ୍ ପୂରାଇଲେ । ଆମଜନ୍ମସ୍ଥାନ ଭାରିଗହଳିଆ । ୧୦ ମିଟରରୁ ଆରମ୍ଭ କରି ୧୦୦ ମିଟର ମଧ୍ୟରେ ଆମେମାନେ ବାସକରୁଥିଲୁ । ଧଳାଲୋକସବୁ ଅନୁସନ୍ଧାନ ଅଭିଯାନକୁସଫଳକରିବା ପାଇଁ ଆଖପାଖ ମଣିଷମାନଙ୍କୁ ଡାକି ମାଟି ଖୋଳିଲେ । ବଡ଼ବଡ଼ମେସିନ ଆଣିଲେ ।ବହୁତ ଟ୍ରକ୍ ମଧ୍ୟ ଆସି ଗଦା ହେଲେ ।
ମାତ୍ର କେଇଟା ଦିନ ଭିତରେ ସବୁ ବଦଳିଗଲା । ଗହଳିଚହଳି । ଥାଟ ପଟାଳି । ଟ୍ରକ୍ ପରେଟ୍ରକ୍ ଆସି ଭିଡ଼ଜମେଇଲେ । ଦୋକାନ ବଜାରଖୋଲିଗଲା । ଦେଖାଦେଖି ଅନ୍ୟ କମ୍ପାନୀମାନେ ଆସି ଆମ ଅଂଚଳକୁ ଖଣ୍ଡେ ଖଣ୍ଡେ ବାଂଟିନେଲେ । ରାତିଦିନ ମାଟିଖୋଳି ଆମକୁ ପଦାକୁ ବାହାର କରି ଟ୍ରକ୍ରେ ବନ୍ଦର ପାଖକୁ ଆଉ କଳକାରଖାନାକୁ ପଠାଇବା ଆରମ୍ଭ କରିଦେଲେ ।
ଆମେ ପଥର ଜାତିଟା ଅନେକ କିସମର । ମଣିଷ ଭିତରେ ଯେମିତି ଗୋରା-କଳା, ଜୀବଜନ୍ତୁ ଭିତରେ ଯେମିତି ମଶାମାଛିଠାରୁ ଆରମ୍ଭ କରିସାପନେଉଳ ପର୍ଯ୍ୟନ୍ତ ଅଛନ୍ତି- ଆମେ ମଧ୍ୟ ସିଂହ, ଶୃଗାଳ, ମାଙ୍କଡ଼, ଠେକୁଆଠାରୁ ହାତୀ, ଗୟଳ, ବାଘ, ଭାଲୁଭଳି ପଥର ଅଛୁ । ଜନ୍ତୁଏବଂ ନିର୍ବୁଦ୍ଧିଆ ମଣିଷମାନଙ୍କୁ ଯେପରି ବିଭିନ୍ନ କାମରେ ଲଗାଯାଏ- ଆମେମାନେ ମଧ୍ୟ ବିଭିନ୍ନ କାମରେ ଲାଗୁ । (କ୍ରମଶଃ…)
ଯାଜପୁର ରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩
Comments are closed.