Latest Odisha News

BREAKING NEWS

ରାଜ୍ୟରେ ୟୁରିଆ ସାରର ଅଭାବ ନାହିଁ: କୃଷି ସଚିବ

ଭୁବନେଶ୍ୱର: ରାଜ୍ୟର ୟୁରିଆ ସାରର ଅଭାବ ନାହିଁ । ଏଥି ପାଇଁ ଆଉ ଚାଷୀମାନଙ୍କୁ ହଇରାଣ ହେବାକୁ ପଡିବନି । ଏଯାଏଁ ୬.୧୫ ଲକ୍ଷ ମେଟ୍ରିକ ଟନ ୟୁରିଆ ସାର ଆସିଛି । ତେଣୁ ଚାଷୀଙ୍କୁ ପର୍ଯ୍ୟାପ୍ତ ପରି୍‌ମାଣର ଯୋଗାଇ ଦେବାକୁ ଆଜି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି ।

ଏ ନେଇ କୃଷି ସଚିବ ସୌରଭ ଗର୍ଗ କହିଛନ୍ତି ଯେ, ଚଳିତ ଖରିଫ ଋତୁରେ କଣ ସ୍ଥିତି ରହିଛି ସେ ନେଇ ଆଲୋଚନା ହୋଇଥିଲା । ଚଳିତ ବର୍ଷ ଭଲ ଫସଲ ଅମଳ ହେବ ବୋଲି ଆଶା ରହିଛି ।

ଋଣ ଆବଶ୍ୟକ କରୁଥିବା ଚାଷୀଙ୍କୁ ଋଣ ଯୋଗାଇ ଦିଆଯିବ । ଆମ କୃଷି ଜରିଆରେ ୯ ଲକ୍ଷ ଚାଷୀ ପଂଡୀକୃତ ହୋଇଛନ୍ତି । ଚାଷୀମାନଙ୍କ ପାଇଁ ହେଲଲାଇନ ନମ୍ବର ୧୫୫୩୩୩ ଜାରି କରାଯାଇଛି । ଏହି ନମ୍ବରରେ ଚାଷୀ କଲ କରି ଚାଷ ସମ୍ବନ୍ଧୀୟ ସହାୟତା ପାଇପାରିବ । ସେହିପରି ପ୍ରତି ପଞ୍ଚାୟତରେ ୧୦୦ ଜଣ ଚାଷୀଙ୍କୁ ନେଇ ହ୍ୱାଟସ୍ ଆପ୍ ଗ୍ରୁପ କରି ଚାଷ ସମ୍ପର୍କୀତ ତଥ୍ୟ ଦିଆଯାଉଛି ।

ସେହିପରି କାଳିଆ ଯୋଜନାରେ କୌଣସି ଅଭିଯୋଗ ଥିଲେ କାଳିଆ ପୋର୍ଟାଲର ବ୍ୟବସ୍ଥା କରାଯାଇଛି । ଭାଗ ଚାଷୀ ଓ ଭୂମିହୀନ ଚାଷୀଙ୍କ ପାଇଁ ବଳରାମ ଯୋଜନା ଲାଗୁ କରାଯାଇଛି ।

Comments are closed.