Latest Odisha News

BREAKING NEWS

ପ୍ୟାଟିନଶନଙ୍କୁ କରୋନା, ବ୍ୟାଟମ୍ୟାନ ଫିଲ୍ମ ଶୁଟିଂ ଘୁଂଚିଲା

ନୂଆଦିଲ୍ଲୀ:ହଲିଉଡର ଲୋକପ୍ରିୟ କଳାକାର ରବର୍ଟ ପ୍ୟାଟିନଶନ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ପ୍ୟାଟିନଶନଙ୍କ ପକ୍ଷରୁ ଏ ନେଇ କୌଣସି ଘୋଷଣା କରାଯାଇ ନାହିଁ । କରୋନା ସଂକ୍ରମିତ ହେବା ଯୋଗୁ ତାଙ୍କର ଆଗାମୀ ଫିଲ୍ମ (ବ୍ୟାଟମ୍ୟାନ) ଶୁଟିଂ ବନ୍ଦ ରଖାଯାଇଛି । ବର୍ତମାନ ସେ କ୍ୱାରେଂଟାଇନରେ ରହିଛନ୍ତି ।

୨୦୨୧ ଜୁନ ସୁଦ୍ଧା ବ୍ୟାଟମ୍ୟାନକୁ ରିଲିଜ କରାଯିବା ଲକ୍ଷ୍ୟ ରଖା ଯାଇଥିଲେ ମଧ୍ୟ ଏବେ ଏହା ଆଉ ସମ୍ଭବପର ଲାଗୁ ନାହିଁ । ପୂର୍ବରୁ କରୋନା ଯୋଗୁ ୩ ମାସ ଫିଲ୍ମ ଶୁଟିଂ ବନ୍ଦ ରଖାଯାଇଥିଲା । ବର୍ତମାନ ଏହାର ହିରୋ କରୋନା ଆକ୍ରାନ୍ତ ହୋଇଥିବାରୁ ଏହା ଫିଲ୍ମ ପାଇଁ ସମସ୍ୟା ସୃଷ୍ଟି କରିଛି ।

Leave A Reply

Your email address will not be published.