Latest Odisha News

BREAKING NEWS

ଦେଶରେ ୪୦ ଲକ୍ଷ କରୋନା ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ୬୯ ହଜାର ପାର୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ୪୦ ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗନି । ୬୯ ହଜାରରୁ ଅଧିକ ଜୀବନ ନେଲାଣି ମହାମାରୀ ।

ଗତ ୨୪ ଘଣ୍ଟାରେ ଦେଶରୁ ୮୬ ହଜାର ୪୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୪୦ ଲକ୍ଷ ୨୩ ହଜାର ୧୭୯କୁ ବୃଦ୍ଧି ପାଇଛି ।

ସଂକ୍ରମଣ ସହ ବଢୁଛି ମୃତ୍ୟୁସଂଖ୍ୟା । ଆଉ ୧ ହଜାର ୮୯ ଜଣଙ୍କର ପ୍ରାଣ ନେଇଛି ମାରାତ୍ମକ ଭାଇରସ୍ । ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୬୯ ହଜାର ୫୬୧ରେ ପହଞ୍ଚିଛି । ଦେଶରେ ମୃତ୍ୟୁହାର ରହିଛି ୧.୭୨% ।

ସଂକ୍ରମଣ ବଢୁଥିଲେ ବି ଦେଶରେ ସୁସ୍ଥତା ହାର ଭଲ ରହିଛି । ଅଧିକ ରୋଗୀ ଆରୋଗ୍ୟ ଲାଭ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୩୧ ଲକ୍ଷ ୭ ହଜାର ୨୨୩ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ୮ ଲକ୍ଷ ୪୬ ହଜାର ୩୯୫ଟି ରହିଛି ।

ଦେଶରେ କରୋନା ସଂକ୍ରମିତ ଦେଶ ତାଲିକାର ତିନି ନମ୍ବର ସ୍ଥାନରେ ରହିଛି ଭାରତ । ଏକ ନମ୍ବରରେ ଆମେରିକା ଓ ଦ୍ୱିତୀୟରେ ବ୍ରାଜିଲ ରହିଛି । ଭାରତରେ ଯେଭଳି ସଂକ୍ରମଣ ବଢୁଛି ଖୁବଶୀଘ୍ର ବ୍ରାଜିଲକୁ ପଛକୁ ଠେଲି ଭାରତ ଦୁଇ ନମ୍ୱର ସ୍ଥାନକୁ ଉଠିଯାଇପାରେ ।

Leave A Reply

Your email address will not be published.