Latest Odisha News

BREAKING NEWS

କରୋନା ରୋଗୀକୁ ବଳାତ୍କାର କଲା ଆମ୍ବୁଲାନ୍ସ ଡ୍ରାଇଭର !

କେରଳ: କରୋନା ରୋଗୀ ସହ ବଳାତ୍କାର । ଜଣେ ଆମ୍ବୁଲାନ୍ସ ଡ୍ରାଇଭର ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଏଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଥିଲାବେଳେ ରହସ୍ୟଘେରରେ ହସସ୍ପିଟାଲର ଭୂମିକା ।

ଶନିବାର ପଥାନମଥି ଜିଲ୍ଲାରେ ଘଟିଥିଲା ଏଭଳି ଘୃଣ୍ୟ ଘଟଣା । ସାମ୍ନାକୁ ଆସିଥିଲା ମାଂସଲୋଭୀ ଆମ୍ବୁଲାନ୍ସ ଡ୍ରାଇଭରର କୁକର୍ମ । ସଂପୃକ୍ତ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲାବେଳେ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ପୋଲିସ ରିପୋର୍ଟ ଅନୁଯାୟୀ ଗୋଟିଏ ପରିବାରରୁ ଦୁଇଜଣ କରୋନା ସଂକ୍ରମିତ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନେବା ପାଇଁ ନିର୍ଦ୍ଦେଶ ମିଳିଥିଲା । କେରଳ ସରକାରଙ୍କ ନିର୍ଦ୍ଦେଶକ୍ରମେ ପରିବାରର ଅନ୍ୟ କୌଣସି ସଦସ୍ୟ କରୋନା ସଂକ୍ରମିତଙ୍କ ପାଖରେ ରହିବାକୁ ଅନୁମତି ମିଳିନଥିଲା ।

ଦୁଇଜଣ ମହିଳାଙ୍କ ମଧ୍ୟରୁ ଜଣକୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅନ୍ୟଜଣଙ୍କୁ ମାତ୍ର ୪କିମି ଦୂରରେ ଥିବା ଆଉ ଏକ ହସ୍ପିଟାଲକୁ ନେବା ପାଇଁ କୁହାଯାଇଥିଲା । ତେବେ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ସିଧାସଳଖ ବଦଳରେ ୧୮କିମି ଲମ୍ବା ବୁଲାଣିଆ ରାସ୍ତା ଦେଇ ଗାଡି ଗଡାଇଥିଲା । ଏକ ନିର୍ଜନ ସ୍ଥାନରେ ଗାଡି ଅଟକାଇ ୨୨ବର୍ଷୀୟା ମହିଳାଙ୍କ ସହ ବଳାତ୍କାର କରିଥିଲା ।

ମୁହଁ ଖୋଲିଲେ ପରିଣାମ ଭୟାଭହ ହେବ ବୋଲି ଯୁବତୀଙ୍କୁ ଧମକ ବି ଦେଇଥିଲା । ହେଲେ ଯୁବତୀ ଜଣକ ଡାକ୍ତରଙ୍କ ପାଖରେ ସମସ୍ତ ଘଟଣା ବଖାଣିଥିଲେ । ଡାକ୍ତରୀ ମାଇନାରେ ଯୁବତୀଙ୍କ ସହ ବଳାତ୍କାର ହୋଇଥିବା ସ୍ପଷ୍ଟ ହେବା ପରେ ସଂପୃକ୍ତ ଆମ୍ବୁଲାନ୍ସ ଡ୍ରାଇଭରକୁ ପୋଲିସ ଗିରଫ କରିଥିଲା ।

ତଦନ୍ତରେ ୨୯ବର୍ଷୀୟ ଅଭିଯୁକ୍ତ ପୂର୍ବରୁ ଏକାଧିକ ମାମଲାରେ ଜଡିତ ଥିବା ପୋଲିସ ଜାଣିବାକୁ ପାଇଥିଲା । ହସ୍ପିଟାଲରେ ତାକୁ ଅସ୍ଥାୟୀ ଭାବେ ନିଯୁକ୍ତି ମିଳିଥିଲା । ହେଲେ ଜଣେ ଅପରାଧୀକୁ କିପରି ହସ୍ପିଟାଲରେ ଚାକିରୀ ମିଳିଲା ? ତାହା ଏବେ ବି ରହସ୍ୟଘେରରେ । ଏ ନେଇ ପୋଲିସର ଛାନଭିନ୍ ଜାରି ରହିଥିବାବେଳେ ଅଭିଯୁକ୍ତକୁ କ୍ୱାରେଣ୍ଟାଇନରେ ରଖାଯାଇଛି । ସୋମବାର ଭର୍ଚୁଆଲ ମୋଡରେ ହେବ ଶୁଣାଣୀ ।

Comments are closed.