ନୂଆଦିଲ୍ଲୀ: ଦେଶର ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ଶିକ୍ଷା ନୀତି ଓ ଶିକ୍ଷା ବ୍ୟବସ୍ଥା । ଶିକ୍ଷା ନୀତିରେ ସରକାରଙ୍କର ଦଖଲ କମ୍ ହେବା ଆବଶ୍ୟକ । କେନ୍ଦ୍ର ସରକାର ଆଣିଥିବା ନୂଆ ଶିକ୍ଷା ନୀତି ସମ୍ପର୍କିତ ରାଜ୍ୟପାଲଙ୍କ ସହ ବୈଠକରେ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ନିଜ ଉଦବୋଧନରେ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ସମସ୍ତେ ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ । କିନ୍ତୁ ଶିକ୍ଷା ନୀତିରୁ ସରକାର, ସରକାରଙ୍କ ଦଖଲ ଓ ପ୍ରଭାବ କମ୍ ହେବା ଆବଶ୍ୟକ ।
ପ୍ରଧାନମନ୍ତ୍ରୀଙ୍କ ଉଦବୋଧନର ପ୍ରମୁଖ ଅଂଶ

– ନୂଆ ଶିକ୍ଷା ନୀତି ପ୍ରସ୍ତୁତି କରିବାରେ ଲକ୍ଷାଧିକ ଲୋକଙ୍କ ସହ ଆଲୋଚନା
– ଛାତ୍ର, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକଙ୍କ ସହ ଆଲୋଚନା
– ଶିକ୍ଷାନୀତି ଦେଶର ନୀତି, କୌଣସି ଏକ ନିର୍ଦ୍ଦଷ୍ଟ ସରକାରଙ୍କ ନୀତି ନୁହେଁ
– ଯେମିତି ବିଦେଶ ନୀତି ଦେଶର ନୀତି, ସେମିତି ଶିକ୍ଷା ନୀତି ଦେଶର ନୀତି
– ନୂଆ ଶିକ୍ଷାନୀତି ଦେଶର ଆଶା ପୂରଣର ଏକ ମାଧ୍ୟମ ହେବ
– ନୂଆ ଶିକ୍ଷାନୀତିରେ ଲର୍ଣ୍ଣିଂ ଆଉଟକମ ଉପରେ ଗୁରୁତ୍ୱ
– ଶିକ୍ଷାନୀତି ଆତ୍ମନିର୍ଭର ଭାରତର ସଂକଳ୍ପକୁ ରୂପ ଦେବ
ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦କୁ ନେଇ ରାଜ୍ୟପାଳଙ୍କ ସମ୍ମିଳନୀରେ ଏସବୁ କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ଭର୍ଚୁଆଲ୍ ବୈଠକରେ ଉପସ୍ଥିତ ଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ସବୁ ରାଜ୍ୟର ରାଜ୍ୟପାଳ । ୩୪ ବର୍ଷ ପରେ ଦେଶରେ ଆସିଛି ନୂଆ ଶିକ୍ଷା ନୀତି ।
Comments are closed.