Latest Odisha News

BREAKING NEWS

ଆଉ ଜଣେ ମନ୍ତ୍ରୀ କରୋନା କବଳରେ !

ଭୁବନେଶ୍ୱର: ପୁଣି ଆଉ ଜଣେ ମନ୍ତ୍ରୀଙ୍କୁ କରୋନା । ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କରୋନରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏ ନେଇ ସେ ନିଜେ ଆଜି ଟ୍ୱିଟ୍ କରି ଜଣାଇଛନ୍ତି ।

ଯେଉଁମାନେ ଗତ ୭ ଦିନରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଏକାନ୍ତବାସରେ ରୁହନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ମାର୍ଚ୍ଚ ମଧ୍ୟଭାଗରୁ ଅନବରତ ଭାବେ କାର୍ଯ୍ୟ କରିଆସୁଥିଲି। ମୁଖ୍ୟମନ୍ତ୍ରୀ ନିର୍ଦେଶାନୁସାରେ ନିଜ କର୍ତ୍ତବ୍ୟ କରିଛି । ଶେଷରେ ମୁଁ ଏବେ କୋଭିଡ୍‌-୧୯ କବଳରେ ।

Leave A Reply

Your email address will not be published.