Latest Odisha News

BREAKING NEWS

ଭୁବନେଶ୍ୱର ଟ୍ରାଫିକ ଡିସିପି ଭାବେ ଯୋଗଦେଲେ ସୌମ୍ୟା ମିଶ୍ର

ଭୁବନେଶ୍ୱର: ଭୁବନେଶ୍ୱର ଟ୍ରାଫିକ ଡିସିପି ଭାବେ କାର୍ଯ୍ୟରେ ଯୋଗ ଦେଲେ ସୌମ୍ୟା ମିଶ୍ର । କମିଶନରେଟ୍ ପୋଲିସ ଅଫିସରେ ତାଙ୍କୁ ସ୍ୱାଗତ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ୨୦୧୪ ବ୍ୟାଚ୍‌ର ଏହି ଆଇପିଏସ୍ ଅଫିସର ଏହା ପୂର୍ବରୁ ସୁନ୍ଦରଗଡ ଏସ୍‌ପି ଭାବେ ସଫଳତାର ସହ କାର୍ଯ୍ୟ ତୁଲାଇଛନ୍ତି ।

ସେ ଲକ୍ଷ୍ନୌର ଲୋରେଟ୍ କନ୍‌ଭେଂଟ ସ୍କୁଲରୁ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସରେ ଏମ୍‌ଏ କରିଛନ୍ତି । ସୁନ୍ଦରଗଡରେ ଏସ୍‌ପି ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ କାର୍ଯ୍ୟଦକ୍ଷତାକୁ ବେଶ ପ୍ରଶଂସା ମଧ୍ୟ କରାଯାଇଛି । ସାଗରିକା ନାଥଙ୍କ ପରେ ସୌମ୍ୟା ମିଶ୍ର ଭୁବନେଶ୍ୱର ଟ୍ରାଫିକ ଡିସିପି ଭାବେ ସଫଳତାର ସହ କାର୍ଯ୍ୟ ତୁଲାଇବେ ବୋଲି ଆଶା କରିଛନ୍ତି ପୋଲିସ କମିଶନର ।

Leave A Reply

Your email address will not be published.