ପୁରୀ: ଦୁର୍ଯ୍ୟୋଧନଙ୍କୁ ଭୀମ ହତ୍ୟା କରିବା ପରେ ମହାଭାରତ ଯୁଦ୍ଧର ସମାପ୍ତି ହୋଇଥିଲା । କୌରବଙ୍କ ପରାଜୟ ପରେ ଯୁଧିଷ୍ଠିର ରାଜା ହେଲେ । ଧୃତରାଷ୍ଟ୍ର ଓ ଗାନ୍ଧାରୀ ଜୀବିତ ଥିବାରୁ ସେମାନେ ମଧ୍ୟ ପାଣ୍ଡବମାନଙ୍କ ସହ ମିଶି ରହିଥିଲେ । କୁନ୍ତୀ ସେମାନଙ୍କ ସମସ୍ତ ଦାୟିତ୍ୱ ତୁଲାଉଥିଲେ । ପାଣ୍ଡବଙ୍କ ମଧ୍ୟରେ କେବଳ ଭୀମଙ୍କୁ ଛାଡି ଅନ୍ୟମାନେ ମଧ୍ୟ ସେମାନଙ୍କୁ ଉପଯୁକ୍ତ ସମ୍ମାନ ଦେଉଥିଲେ । ଭୀମ ବାରମ୍ବାର ସେମାନଙ୍କୁ ଆକ୍ଷେପ କରି କୌରବ ବଂଶ ଲୋପର କାହାଣୀ ଶୁଣାଉଥିଲେ । ୧୫ ବର୍ଷ ପରେ ଧୃତରାଷ୍ଟ୍ର ଓ ଗାନ୍ଧାରୀ ବଣକୁ ଯାଇ ତପସ୍ୟା କରିବା ପାଇଁ ନିଷ୍ପତି ନେଲେ । କୁନ୍ତୀ ମଧ୍ୟ ତାଙ୍କ ସହିତ ଗଲେ । ସେମାନେ କେତେବେଳେ ରାଜମହଲ ଛାଡି ଗଲେ ତାହା କେହି ଜାଣିପାରି ନ ଥିଲେ । ପାଣ୍ଡବମାନେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ ।
ହଠାତ୍ ଦିନେ ଦେବର୍ଷି ନାରଦ ଯୁଧିଷ୍ଠିରଙ୍କ ନିକଟକୁ ଆସିଲେ । ଯୁଧିଷ୍ଠିର ଜାଣିଥିଲେ ନାରଦଙ୍କ ପାଖେ ନିଶ୍ଚିତ ଉପରୋକ୍ତ ଖବର ଥିବ । ତାଙ୍କୁ ପଚାରିବାରୁ ସେ କହିଥିଲେ ହରିଦ୍ୱାର ନିକଟରେ ସେମାନେ ଜଙ୍ଗଲରେ ତପସ୍ୟା କରୁଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ବୟସାଧିକ୍ୟ ଓ ଦୁର୍ବଳ ଶରୀର ଯୋଗୁ ସେମାନେ ନିଜକୁ ବଂଚାଇ ପାରି ନ ଥିଲେ । ତିନି ଜଣଙ୍କର ସେଠାରେ ମୃତ୍ୟୁ ଘଟିଥିଲା । ଏହା ଶୁଣିବା ପରେ ପାଣ୍ଡବମାନେ ଭାଙ୍ଗି ପଡିଥିଲେ । ନାରଦ ସେମାନଙ୍କୁ ବୁଝାଶୁଝା କରିବା ପରେ ଯୁଧିଷ୍ଠିର ତିନି ଜଣଙ୍କର ବିଧିବଦ୍ଧ ଭାବେ ଶ୍ରାଦ୍ଧ କାର୍ଯ୍ୟ କରିଥିଲେ ।
BREAKING NEWS
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
Comments are closed.