ପୁରୀ: ଦୁର୍ଯ୍ୟୋଧନଙ୍କୁ ଭୀମ ହତ୍ୟା କରିବା ପରେ ମହାଭାରତ ଯୁଦ୍ଧର ସମାପ୍ତି ହୋଇଥିଲା । କୌରବଙ୍କ ପରାଜୟ ପରେ ଯୁଧିଷ୍ଠିର ରାଜା ହେଲେ । ଧୃତରାଷ୍ଟ୍ର ଓ ଗାନ୍ଧାରୀ ଜୀବିତ ଥିବାରୁ ସେମାନେ ମଧ୍ୟ ପାଣ୍ଡବମାନଙ୍କ ସହ ମିଶି ରହିଥିଲେ । କୁନ୍ତୀ ସେମାନଙ୍କ ସମସ୍ତ ଦାୟିତ୍ୱ ତୁଲାଉଥିଲେ । ପାଣ୍ଡବଙ୍କ ମଧ୍ୟରେ କେବଳ ଭୀମଙ୍କୁ ଛାଡି ଅନ୍ୟମାନେ ମଧ୍ୟ ସେମାନଙ୍କୁ ଉପଯୁକ୍ତ ସମ୍ମାନ ଦେଉଥିଲେ । ଭୀମ ବାରମ୍ବାର ସେମାନଙ୍କୁ ଆକ୍ଷେପ କରି କୌରବ ବଂଶ ଲୋପର କାହାଣୀ ଶୁଣାଉଥିଲେ । ୧୫ ବର୍ଷ ପରେ ଧୃତରାଷ୍ଟ୍ର ଓ ଗାନ୍ଧାରୀ ବଣକୁ ଯାଇ ତପସ୍ୟା କରିବା ପାଇଁ ନିଷ୍ପତି ନେଲେ । କୁନ୍ତୀ ମଧ୍ୟ ତାଙ୍କ ସହିତ ଗଲେ । ସେମାନେ କେତେବେଳେ ରାଜମହଲ ଛାଡି ଗଲେ ତାହା କେହି ଜାଣିପାରି ନ ଥିଲେ । ପାଣ୍ଡବମାନେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ ।
ହଠାତ୍ ଦିନେ ଦେବର୍ଷି ନାରଦ ଯୁଧିଷ୍ଠିରଙ୍କ ନିକଟକୁ ଆସିଲେ । ଯୁଧିଷ୍ଠିର ଜାଣିଥିଲେ ନାରଦଙ୍କ ପାଖେ ନିଶ୍ଚିତ ଉପରୋକ୍ତ ଖବର ଥିବ । ତାଙ୍କୁ ପଚାରିବାରୁ ସେ କହିଥିଲେ ହରିଦ୍ୱାର ନିକଟରେ ସେମାନେ ଜଙ୍ଗଲରେ ତପସ୍ୟା କରୁଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ବୟସାଧିକ୍ୟ ଓ ଦୁର୍ବଳ ଶରୀର ଯୋଗୁ ସେମାନେ ନିଜକୁ ବଂଚାଇ ପାରି ନ ଥିଲେ । ତିନି ଜଣଙ୍କର ସେଠାରେ ମୃତ୍ୟୁ ଘଟିଥିଲା । ଏହା ଶୁଣିବା ପରେ ପାଣ୍ଡବମାନେ ଭାଙ୍ଗି ପଡିଥିଲେ । ନାରଦ ସେମାନଙ୍କୁ ବୁଝାଶୁଝା କରିବା ପରେ ଯୁଧିଷ୍ଠିର ତିନି ଜଣଙ୍କର ବିଧିବଦ୍ଧ ଭାବେ ଶ୍ରାଦ୍ଧ କାର୍ଯ୍ୟ କରିଥିଲେ ।
BREAKING NEWS
- ରେଭେନ୍ସା ବିବାଦରେ ନୂଆ ମୋଡ଼: ସଦର ବିଧାୟକଙ୍କୁ କାଉଣ୍ଟର କଲା ଶିକ୍ଷକ ସଂଘ ‘ରୁଟା’
- Netanyahu dials PM Modi:ମୋଦୀଙ୍କୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଫୋନ୍ କଲ୍; ସ୍ୱତନ୍ତ୍ର ରଣନୈତିକ ଭାଗୀଦାରୀ ଏବଂ ପଶ୍ଚିମ ଏସିଆର ସ୍ଥିତି ନେଇ ଆଲୋଚନା
- ୨୨ଲକ୍ଷର ସୋସାଇଟି ପାଣ୍ଠି ହଡ଼ପ ଅଭିଯୋଗ;ପୂର୍ବତନ ପାକ୍ସ ସମ୍ପାଦକ ଗିରଫ
- ବିଷାକ୍ତ ଲଙ୍କା: ୨୭ଟି ରାଜ୍ୟରେ ବ୍ୟାପିଲା ସାଲମୋନେଲା ସଂକ୍ରମଣ, ୩୪୫ ଆକ୍ରାନ୍ତ
- ଏଥର ଇନଷ୍ଟାଗ୍ରାମରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନୂଆ ନିବେଦନ
- ବାଲେଶ୍ୱର ଭୋଗରାଇରେ ଉତ୍ତେଜନା: ସମୀକ୍ଷା ବୈଠକ ବେଳେ ମୁହାଁମୁହିଁ ହେଲେ ବିଜେପି-ବିଜେଡି କର୍ମୀ
- କ୍ରାଇମ୍ ବ୍ରାଞ୍ଚ ଚାର୍ଜସିଟରେ ଚାଞ୍ଚଲ୍ୟକର ଖୁଲାସା, ଅତ୍ୟଧିକ ଡ୍ରଗ୍ସ ନିଶାରେ ଥିଲେ କନଷ୍ଟେବଳ ସୌମ୍ୟ
- ଘର ପ୍ରତିଷ୍ଠା ଭୋଜି ଖାଇ ୭୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ; ହସ୍ପିଟାଲରେ ଭର୍ତ୍ତି
- ଜେପିଏସସି ଏବଂ ଜେଏସଏସସି ଆନ୍ଦୋଳନ: କ୍ୟାମେରା ଆଗରେ ଆଲୋଚନା କରିବାକୁ ଛାତ୍ରଙ୍କ ଜିଦ୍
- ଭାଇ ସୋହେଲଙ୍କ ପ୍ରେମ ସମ୍ପର୍କ ପାଇଁ ବନ୍ଦ ହୋଇଥିଲା ସଲମାନଙ୍କ ‘ରାମାୟଣ’! ତିନି ଦଶନ୍ଧି ପରେ ପୁଣି ଚର୍ଚ୍ଚା

Comments are closed.