Latest Odisha News

BREAKING NEWS

ଅନୁଭବ ମହାନ୍ତିଙ୍କ ଭାବପୂର୍ଣ୍ଣ ଚିଠି, ସେପଟେ ଜବାବ ଦେଲେ ବର୍ଷା

କଟକ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନିର୍ଯାତନା ନେଇ କୋର୍ଟରେ କରିଥିବା ମାମଲା ଓ ସେପଟେ ଅନୁଭବ ମହାନ୍ତିଙ୍କ ଦିଲ୍ଲୀ ପଟିଆଲା କୋର୍ଟରେ ବିବାହ ବିଚ୍ଛେଦ ପାଇଁ ଆବେଦନ । ଗତ ୬ ତାରିଖରୁ ଏହି ଦୁହିଁଙ୍କ ସମ୍ପର୍କ ଦାଣ୍ଡରେ ପଡି ହାଟରେ ଗଡୁଛି । କେହି କାହାରିକୁ ଦୋଷାରୋପ କରିବାରେ ପଛଉ ନାହାନ୍ତି । ସୋସିଆଲ ମିଡିଆରେ ବି ତୁ ତୁ ମେ ମେ ଲାଗି ରହିଛି ।

ଆଜି ଏମାନଙ୍କ ବିବାଦ ଏକ ନୂଆ ମୋଡ ନେଇଛି । ଅନୁଭବ ବର୍ଷାଙ୍କୁ ଏକ ଭାବବିହ୍ୱଳ ଚିଠି ଲେଖିଛନ୍ତି । ପାଞ୍ଚ ପୃଷ୍ଠା ସମ୍ବଳିତ ଏହି ଚିଠିରେ ସେ ବର୍ଷାଙ୍କ ସହ ସମ୍ପର୍କ କିପରି ସୃଷ୍ଟି ହେଲା ସେଠାରୁ ଆରମ୍ଭ କରି ଗୋଟି ଗୋଟି କଥା ଏଥିରେ ଲେଖାଅଛି । କେଉଁ ଦିନ ଦେଖା ହେଲା, କେମିତି ସମ୍ପର୍କ ଗଢି ଉଠିଲା , କେମିତି ବିବାହ ହେଲା, ବିବାହ ପରେ କଣ କଣ ଘଟିଲା ସବୁ କଥା ଏଥିରେ ଲେଖିଛନ୍ତି ଅନୁଭବ ।

ପ୍ରଥମ ଦିନରୁ ବର୍ଷା ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ମନା କରିଥିଲେ । ଏଥି ପାଇଁ କିଛି ସମୟ ମଧ୍ୟ ମାଗିଥିଲେ ବୋଲି ଅନୁଭବ ଲେଖିଛନ୍ତି । ତେବେ ଏହା ପରେ ତାରିଖ ପରେ ତାରିଖ ଗଡି ଚାଲିଲା କିନ୍ତୁ ସେ ସମ୍ପର୍କ ରଖିଲେ ନାହିଁ । ଏପରିକି ତାଙ୍କ ଦିଲ୍ଲୀରେ ଘର ପ୍ରତିଷ୍ଠା ବେଳେ ବର୍ଷା ଯାଇ ନ ଥିଲେ , ଗତ ମାର୍ଚ୍ଚ ମାସ ୮ ରେ ଦିଲ୍ଲୀ ଯିବା ପାଇଁ ଟିକେଟ ହୋଇଥିଲେ ସୁଦ୍ଧା ବର୍ଷା ସାଙ୍ଗରେ ଯାଇ ନ ଥିବା ସେ ଲେଖିଛନ୍ତି । ଗତ ୪୫ ଦିନ ହେଲା ବର୍ଷା ତାଙ୍କୁ କଲ କରି ନ ଥିବା କି ମେସେଜ କରି ନ ଥିବା ଏଥିରେ ସେ ଲେଖିଛନ୍ତି ।
କିନ୍ତୁ ଦୁର୍ଘଟଣା ସମୟରେ ତାଙ୍କ ଗୋଡ ମାଡ ହୋଇଥିବା ବେଳେ ବର୍ଷାଙ୍କ ସେବା ସେ ଜୀବନ ସାରା ଭୁଲି ପାରିବେନି ବୋଲି ଲେଖିଛନ୍ତି । ଶେଷରେ ଲେଖିଛନ୍ତି ବର୍ଷା ତମେ ମୋତେ ଛାଡି ଖୁସିରେ ରୁହ । ଖୁସିରେ ଏକାଠି ରହିପାରିଲେନି କିନ୍ତୁ ବନ୍ଧୁତ୍ୱପୂର୍ଣ୍ଣ ବିଦାୟ ହେଉ ।

VARSHA new

 

ସେପଟେ ଚିଠିର ଜବାବ ରଖିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ବର୍ଷା ଲେଖିଛନ୍ତି ତମେ ମୋ ଜୀବନ ସହ ବହୁତ ଖେଳିଛ । ତୁମ ପରକୀୟା ପ୍ରୀତି, ଅଭ୍ୟାସଗତ ମଦ୍ୟପାନ ମୋ ଜୀବନକୁ ଛାର ଖାର କରି ଦେଇଛି । ବହୁତ ସହିଲିଣି । ତମଠୁ ଅଲଗା ହେବା କେବେ ମୁଁ ଚିନ୍ତା ବି କରି ନ ଥିଲ । ଯଦି ଶାରୀରିକ ସମ୍ପର୍କ ରଖିବାକୁ ଏତେ ବ୍ୟଗ୍ର, ତା ହେଲେ ମତେ ଏତେ କନ୍ଦାଉଛ କାହିଁକି । କେବଳ ପରକୀୟା ପ୍ରୀତି ପାଇଁ ମୋ ଠାରୁ ଦୂରେଇ ଯାଇଛ ।
ଶେଷରେ ବର୍ଷା ଲେଖିଛନ୍ତି, ‘ମୋ ବାହାଘରକୁ ବଞ୍ଚାଇବା ପାଇଁ ମୁଁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିବି । ’

Leave A Reply

Your email address will not be published.