Latest Odisha News

BREAKING NEWS

କାହିଁକି ବଦଳିଲେ ଯାଜପୁର ଜିଲ୍ଲାପାଳ ?

ଯାଜପୁର: ବଦଳିଲେ ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ । ତାଙ୍କ ସ୍ଥାନରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ନୂଆ ନିଯୁକ୍ତି ମିଳିଛି । କାହିଁକି ବଦଗଳିଲେ ରଞ୍ଜନ ଦାସ, ଏହାକୁ ନେଇ ଏବେ ଚର୍ଚ୍ଚା ।

ଯାଜପୁର ଜିଲ୍ଲାରେ ବର୍ତ୍ତମାନ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ଗଞ୍ଜାମ ଫର୍ମୂଲାକୁ ଅଧିକ ସଂକ୍ରମିତ ଜିଲ୍ଲାରେ ଲାଗୁ କରିବା ପାଇଁ ଯୋଜନା ରଖିଛନ୍ତି ସରକାର । ଯାଜପୁରରେ ଗଞ୍ଜାମ ରଣନୀତି କାର୍ଯ୍ୟକାରୀ କରାଯିବ । ଏଭଳି ସ୍ଥିତିରେ ରଞ୍ଜନ ଦାସଙ୍କ ସ୍ଥାନରେ ଜିଲ୍ଲା ମୁଖିଆ ଭାବରେ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର ।

ବ୍ରହ୍ମପୁର ମହାନଗର ନିଗମରେ କରୋନା ମୁକାବିଲାରେ ଗୁରୁ ଦାୟିତ୍ୱ ନିର୍ବାହ କରିଥିଲେ ଚକ୍ରବର୍ତ୍ତୀ ସିଂହ ରାଠୋର । ବହୁ ପଦକ୍ଷେପ ହାତକୁ ନେଇଥିଲେ । ସଚେତନତା ଡ୍ରାଇଭକୁ ଜୋରଦାର କରାଯିବା ସହ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିମମେଣ୍ଟକୁ ଗୁରୁତ୍ୱ ଦେଇଥିଲେ ।

ଯାଜପୁର ଜିଲ୍ଲାରେ ୫ ହଜାର ୨୦୬ ଜଣ ସଂକ୍ରମିତ ହୋଇଛନ୍ତି । ସୁସ୍ଥ ହୋଇଛନ୍ତି ୩ ହଜାର ୮୪୫ । ଆକ୍ଟିଭ୍ କେସ୍ ରହିଛି ୧୩ ଶହ ୫୪ । ରାଜ୍ୟରେ ଅଧିକ ଆକ୍ଟିଭ୍ କେସ୍ ରହିଥିବା ଜିଲ୍ଲା ତାଲିକାର ପଞ୍ଚମ ସ୍ଥାନରେ ରହିଛି ଯାଜପୁର ।

Leave A Reply

Your email address will not be published.