Latest Odisha News

BREAKING NEWS

ପୁଣି ପଡିଆକୁ ଫେରିବେ ଯୁବରାଜ !

ମୋହାଲୀ: ଭାରତୀୟ କ୍ରିକେଟର ଦଳର ଷ୍ଟାର ଖେଳାଳି ଯୁବରାଜ ସିଂ କିଛି ଦିନ ତଳେ କ୍ରିକେଟରୁ ସନ୍ୟାସ ନେଇଥିଲେ । ଏବେ ସେ ଏଥିରୁ ଓହରି ପୁନର୍ବାର ଖେଳ ଜାରି ରଖିବା ପାଇଁ ମନ ବଳାଇଛନ୍ତି । ଏଥିନେଇ ସେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ପତ୍ର ଲେଖି ଅନୁମତି ମାଗିଛନ୍ତି । ପଞ୍ଜାବ ଟିମ୍ ପକ୍ଷରୁ ଟି୨୦ ମ୍ୟାଚ ଖେଳିବା ନିମନ୍ତେ ସେ ଏହି ଅନୁମତି ମାଗିଛନ୍ତି ।

ଯୁବରାଜଙ୍କ ପ୍ରଦର୍ଶନ ବଳରେ ଭାରତ ୨୦୦୭ ଟି୨୦ ବିଶ୍ୱକପ ଓ ୨୦୧୧ ବିଶ୍ୱକପ ଜିତିବାରେ ସଫଳ ହୋଇଥିଲା । କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ସେ ଜଣେ ଫାଇଟର ଭାବେ ଏହାର ମୁକାବିଲା କରିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲା । ଶରୀରକୁ ଫିଟ ରଖି ସେ ପଡିଆକୁ ଫେରିଥିଲେ । ଯୁବରାଜଙ୍କ ପ୍ରତ୍ୟାବର୍ତନ ଖବର ପ୍ରଶଂସକଙ୍କ ମହଲରେ ଆନନ୍ଦର ଲହରୀ ଖେଳାଇ ଦେଇଛି ।

Leave A Reply

Your email address will not be published.