Latest Odisha News

BREAKING NEWS

ଦେଶକୁ ଫେରୁଛନ୍ତି ୟୁକ୍ରେନ ଫସି ରହିଥିବା ଭାରତୀୟ

 ଦେଶକୁ ଫେରୁଛନ୍ତି ୟୁକ୍ରେନ ଫସି ରହିଥିବା ଭାରତୀୟ । ଭାରତ ସରକାରଙ୍କ ସ୍ୱତନ୍ତ୍ର ବିମାନରେ ଏମାନଙ୍କୁ ରୋମାନିଆ ବାଟ ଦେଇ ଭାରତ ଅଣାଯାଉଛି । ୟୁକ୍ରେନ ଛାଡି ରୋମାନିଆ ସୀମା ଅଭିମୁଖେ ପ୍ରଥମ ବ୍ୟାଚରେ ୩୦ଜଣ ଛାତ୍ରଛାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତୀୟଙ୍କୁ ଫେରାଇ ଆଣିବାକୁ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର । ୟୁକ୍ରେନରୁ ରୋମାନିଆ, ପୋଲାଣ୍ଡ ଓ ହଙ୍ଗେରୀ ବାଟ ଦେଇ ଏମାନଙ୍କୁ ଅଣାଯିବ । ରାଜଧାନୀ କିବରେ ଋଷିଆର ଆକ୍ରମଣ ଜାରି ରହିଛି । ୟୁକ୍ରେନରେ ୠଷିଆର ଆକ୍ରମଣ ପରେ ଡର ଓ ଭୟ ଭିତରେ ଦିନ କାଟୁଛନ୍ତି ସେଠାରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀ ।

ଲଗାତର ବିସ୍ପୋରଣ ଯୋଗୁଁ ମେଟ୍ରୋ ଷ୍ଟେସନ ଓ ବଙ୍କରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଭୟଭୀତ ଅବସ୍ଥାରେ ସେମାନେ ସେଠାରେ ରହୁଛନ୍ତି ଏବଂ ତାଙ୍କୁ ସୁରକ୍ଷିତ ଭାବେ ସେଠାରୁ ଉଦ୍ଧାର କରିନେବାକୁ ଭାରତ ସରକାରଙ୍କୁ ନିବେଦନ କରୁଛନ୍ତି ।

Comments are closed, but trackbacks and pingbacks are open.