Latest Odisha News

BREAKING NEWS

UNSCରେ ୟୁକ୍ରେନ୍ ହମଲା ନେଇ ନିନ୍ଦା ପ୍ରସ୍ତାବ, ଭୋଟିଂରୁ ବିରତ ରହିଲା ଭାରତ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଆସିଲା ୟୁକ୍ରେନ୍ ସଂକଳ୍ପ । ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ବିରୋଧରେ ପ୍ରସ୍ତାବ ଆଗତ ହୋଇଛି । ଏହାର ସମର୍ଥନରେ ୧୫ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ୧୧ ସଦସ୍ୟ ରାଷ୍ଟ୍ର ଭୋଟ୍ ଦେଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଆମେରିକା, ଫ୍ରାନ୍ସ, ବ୍ରିଟେନ୍ ଭଳି ଦେଶ । ଏହି ଯୁଦ୍ଧକୁ ରୋକିବା ଓ ରୁଷ ସେନାକୁ ଅପସାରଣ କରିବା ନେଇ ପ୍ରସ୍ତାବ ଉପରେ ମତଦାନ ହୋଇଥିଲା ।

BjdElectrycity

ସେହିପରି ରୁଷ୍ ପ୍ରସ୍ତାବ ବିରୋଧରେ ନିଜର ଭିଟୋ ପାଓ୍ୱାର ପ୍ରୟୋଗ କରିଥିଲା । ପ୍ରସ୍ତାବକୁ ଖାରଜ କରିବା ପାଇଁ ରୁଷିଆ ଭିଟୋର ବ୍ୟବହାର କରିବା ବୋଲି ପୂର୍ବରୁ କୁହାଯାଉଥିଲା । ତେବେ ଭୋଟିଂରୁ ବିରତ ରହିଥିଲେ ଭାରତ, ଚୀନ୍ ଓ ୟୁଏଇ । ୟୁକ୍ରେନ୍ ଉପରେ ହମଲାକୁ ଭାରତ, ଚୀନ୍ ଓ ୟୁଏଇ ନିନ୍ଦା କରିବା ସହ ଭୋଟଦାନରୁ ବିରତ ରହିଥିଲେ । କଥାବାର୍ତ୍ତା ମାଧ୍ୟମରେ ସମାଧାନ ଉପରେ ଗୁରୁତ୍ୱ ଦେଇଛି ଭାରତ ।

Comments are closed, but trackbacks and pingbacks are open.