Latest Odisha News

BREAKING NEWS

ରାଜ୍ୟରେ ତିନି ଶହ ତଳକୁ ଖସିଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମଣ ଖସୁଛି । ତିନି ଶହ ତଳକୁ ଖସିଛି ଦୈନିକ କେସ୍ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୯୩ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୭୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨୨ । ୧୮ ବର୍ଷ ଭିତରେ ଆଉ ୮୬ ପଜିଟିଭ୍ ବାହାରିଛନ୍ତି । ପାଖାପାଖି ୩ ମାସ ପରେ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ତିନି ଶହ ତଳକୁ ହ୍ରାସ ପାଇଛି ।

ଆଜି ୨୮ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୋଳ ଜିଲ୍ଲାରୁ ବାହାରିଛନ୍ତି ସର୍ବାଧିକ ୩୫ ଜଣ ସଂକ୍ରମିତ । ଖୋର୍ଦ୍ଧାରୁ ୨୯, ଗଜପତିରୁ ୨୫, ସମ୍ୱଲପୁରରୁ ୨୫, କେନ୍ଦୁଝରରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ୨୩ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦ ଭିତରେ ରହିଛି ।

ଆଜି ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରୁ କେହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୮୪ହଜାର ୬୧୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୨ଲକ୍ଷ ୭୨ହଜାର ୪୨୮ ଆକ୍ରାନ୍ତ । ଏବେ ରାଜ୍ୟରେ ୩ହଜାର ୭୯ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.