Latest Odisha News

BREAKING NEWS

ଗଜପତି ଜିଲ୍ଲାରୁ ୧୧ବର୍ଷର ଶିଶୁ ପୁତ୍ର ନିଖୋଜ, ଥାନାରେ ଏତଲା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରୁ ପୁଣି ଜଣେ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ । ମୋହନା ଥାନା ପାଞ୍ଚଆମ୍ବ ଘାଇସାହିରୁ ଜଣେ ୧୧ ବର୍ଷୀୟ ଶିଶୁ ନିଖୋଜ ହୋଇ ଯାଇଛନ୍ତି । ଏନେଇ ମୋହନା ଥାନାରେ ଅଭିଯୋଗ କରିଛନ୍ତି ଶିଶୁର ମାଆ । ନିଖୋଜ ପୁଅର ନାଁ ଅପୂର୍ବ ଲିମା ।

ଅଭିଯୋଗ ଅନୁସାରେ, ଅପୂର୍ବକୁ ଘରେ ଛାଡ଼ି ମକା ଭାଙ୍ଗିବାକୁ ଧାଡ଼ିଆମ୍ବ ଗାଁକୁ ଯାଇଥିଲେ ତାଙ୍କ ମାଆ । ଶୁକ୍ରବାର ଦିନ ଘରକୁ ଫେରିବା ବେଳେ ପୁଅକୁ ପାଇ ନଥିଲେ । ସାହି ପଡୋଶୀ ଓ ସମ୍ପର୍କୀୟଙ୍କ ଘର ସମେତ ଗାଁରେ ଏଣେତେଣେ ବହୁ ଖୋଜା ଖୋଜି କରିଛନ୍ତି ।

ପୁଅର ସନ୍ଧାନ ନପାଇବାରୁ ଆଜି ମୋହନା ଥାନାରେ ଅଭିଯୋଗ କରିଛନ୍ତି ଅପୂର୍ବଙ୍କ ମାଆ । ମୋହନା ଥାନା ଅଧିକାରୀଙ୍କ ସହ ଏକ ଟିମ ଘାଇସାହି ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି କ୍ଷ

Leave A Reply

Your email address will not be published.