Latest Odisha News

BREAKING NEWS

୨୪ ଘଣ୍ଟାରେ ଦେଶରୁ ୨୬ ହଜାରରୁ ଉର୍ଦ୍ଧ୍ବ କରୋନା ପଜିଟିଭ୍ ଚିହ୍ନଟ, ୩୪୧ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ୧ କୋଟି ଟପିଥିବା ବେଳେ ଗତ ୨୪ ଘଣ୍ଟାରେ ୨୬ ହଜାର ୬୨୪ କରୋନା ପଜିଟିଭି ବାହାରିଛନ୍ତି ।

ଦୈନିକ ମୃତ୍ୟୁସଂଖ୍ୟା ବି କମିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଆଉ ୩୪୧ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି । ଦେଶରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୫ ହଜାର ୪୭୭କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୧.୪୫%।

ସେହିପରି ଦେଶରେ ମୋଟ୍ ସୁସ୍ଥତାଙ୍କ ସଂଖ୍ୟା ୯୫ ଲକ୍ଷ ୮୦ ହଜାର ୪୦୨କୁ ବୃଦ୍ଧି ପାଇଛି । ସୁସ୍ଥହାର ରହିଛି ୯୫.୪୬ପ୍ରତିଶତ । ଏହା ବ୍ୟତୀତ ଏବେ ଦେଶରେ ୩ ଲକ୍ଷ ୦୫ ହଜାର ୩୪୪ଟି ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.