ଭୁବନେଶ୍ୱର: ପୂର୍ବତଟ ରେଳପଥ ଦ୍ୱାରା ପୁଣି ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ । ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପରେ ପୂର୍ବତଟ ରେଳପଥ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ପୁରୁଣାକଟକ ଓ ଚାରିଛକ ମଧ୍ୟରେ ୧,୯୭୫ ମିଟର ଲମ୍ବ ଟନେଲ୍ କାର୍ଯ୍ୟ ସଫଳତାର ସହ ଶେଷ କରିଛି । ଏହି ଅଞ୍ଚଳରେ ରେଳ ସଂଯୋଗର ସମ୍ପ୍ରସାରଣ ଏବଂ ଉନ୍ନତି ପାଇଁ ଚାଲୁରହିଥିବା ପ୍ରୟାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।
ଓଡ଼ିଶାରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ଠିକ୍ ସମୟରେ ସମାପ୍ତ କରିବାକୁ ରେଳ ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଆସୁଅଛି ଯାହାଦ୍ୱାରା ରାଜ୍ୟର ବିକାଶକୁ ପ୍ରାଥମିକତା ଭିତ୍ତିରେ ତ୍ୱରାନ୍ୱିତ କରାଯାଉଅଛି । ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ହେଉଛି ଏହିପରି ଏକ ପ୍ରକଳ୍ପ ଯାହା ସଂଯୋଗକୁ ବୃଦ୍ଧି କରିବା ଏବଂ ଏହି ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ।
କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାର ବିଭିନ୍ନ ରେଳ ପ୍ରକଳ୍ପର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବିଭିନ୍ନ ସଂସ୍ଥା ଓ କାର୍ଯ୍ୟାଳୟ ଗୁଡିକ ସହିତ ସମନ୍ୱୟ ରଖି ବାଧା ଉପୁଜୁଥିବା ବିଷୟବସ୍ତୁକୁ ସମାଧାନ କରାଇ ପ୍ରକଳ୍ପ କାର୍ଯ୍ୟକୁ ସମାପ୍ତ କରିବାକୁ ସେ ଅଧିକାରୀ ମାନଙ୍କୁ ଉପଦେଶ ଦେଇଛନ୍ତି ।
୧,୯୭୫ ମିଟର ଟନେଲର ସଫଳତା ପୂର୍ବତଟ ରେଳପଥ ନିର୍ମାଣ ସଂସ୍ଥାର କୁଶଳୀ ଇଞ୍ଜିନିୟରିଂ ଦଳ ଦ୍ୱାରା ବୌଦ୍ଧ ଜିଲ୍ଲାରେ ଅନ୍ତିମ ବିସ୍ଫୋରଣ କରାଇ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା । ଏହି ମାଇଲଖୁଣ୍ଟ ସମ୍ପୃକ୍ତ ଦଳର ଉତ୍ସର୍ଗୀକୃତ ଏବଂ ବୈଷୟିକ ଜ୍ଞାନର ଏକ ପ୍ରମାଣ ଅଟେ ।
ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ପ୍ରକଳ୍ପ ପାଇଁ ଯୋଜନା ହୋଇଥିବା ମୋଟ ୩୦୧ କିଲୋମିଟର ମଧ୍ୟରୁ ୧୮୩ କିଲୋମିଟର ରେଳ ଲାଇନ କାର୍ଯ୍ୟକ୍ଷମ ହୋଇସାରିଛି । ଏହାର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀରର ଉଭୟ ପାର୍ଶ୍ୱରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଆଜି ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୦୬ କିଲୋମିଟର ଏବଂ ବଲାଙ୍ଗୀରରୁ ଝାରମୁଣ୍ଡା ପର୍ୟ୍ୟନ୍ତ ୭୭ କିଲୋମିଟର କାର୍ଯ୍ୟ ସମାପ୍ତ ହୋଇ କାର୍ଯ୍ୟକ୍ଷମ ହୋଇସାରିଛି ।
ଏହା ସହିତ, ଝାରମୁଣ୍ଡା ଠାରୁ ବୌଦ୍ଧ ପର୍ଯ୍ୟନ୍ତ ୧୬.୨୭ କିଲୋମିଟର ଦୈର୍ଘ୍ୟ ରେଳପଥ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି । ପାଖାପାଖି ୨୭ କିଲୋମିଟର ଦୈର୍ଘ୍ୟ ରେଳପଥ କାର୍ଯ୍ୟ ବୌଦ୍ଧ ଠାରୁ ପୁରୁଣାକଟକ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆସନ୍ତା କିଛି ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି ।
ଏହିପରି ବୃହତ ରେଳ ପ୍ରକଳ୍ପର କାର୍ଯ୍ୟ ସମାପ୍ତ ହେବା ବିଭିନ୍ନ ସମୟରେ ଜଡିତ, ଯଥା ସମୟରେ ଜମି ଅଧିଗ୍ରହଣ, ଜଙ୍ଗଲ ମଞ୍ଜୁର, ଉପଯୋଗୀତା ସ୍ଥାନାନ୍ତର, ଆଇନଗତ ମଞ୍ଜୁରୀ ପାଇବା ଏବଂ ଏହି ଅଞ୍ଚଳର ଭୌଗୋଳିକ ଏବଂ ଟପୋଗ୍ରାଫିକ୍ ସହିତ ବିଭିନ୍ନ ବାଧାବିଘ୍ନ ସତ୍ୱେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି ।
ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବା ପରେ ଭୁବନେଶ୍ୱର ଏବଂ ବଲାଙ୍ଗୀରର ଦୂରତାକୁ ଯଥେଷ୍ଟ ହ୍ରାସ କରିବ। ଅଧିକନ୍ତୁ, ଏହି ପ୍ରକଳ୍ପ ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଏକ ପ୍ରମୁଖ ଅନୁକ୍ରମଣିକା ବା ବୃହତ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି ।
Comments are closed.