Latest Odisha News

BREAKING NEWS

ସମ୍ବଲପୁରରେ ଜଣ୍ଡିସ ଆତଙ୍କ; ସ୍ଥିତି ପରଖୁଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୨ ଜଣିଆ ଟିମ୍

ସମ୍ବଲପୁର: ସମ୍ବଲପୁରରେ ପୁଣି ଚିନ୍ତା ବଢାଉଛି ଜଣ୍ଡିସ୍ । ସ୍ଥିତି ପରଖିବା ପାଇଁ ସମ୍ବଲପୁରରେ ପହଞ୍ଚିଲା ଦୁଇ ଜଣିଆ ରାପିଡ ରେସପନ୍ସ ଟିମ୍‌ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏବେ ସମ୍ବଲପୁରରେ ଘର ଘର ବୁଲି ଯାଞ୍ଚ କରୁଛନ୍ତି ଟିମ୍ । ଜଣ୍ଡିସ ପ୍ରଭାବିତ ଅଞ୍ଚଳ ଗୁଡିକ ମଧ୍ୟ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିଛନ୍ତି । ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଏହି ଟିମ୍ ଆଲୋଚନା କରିବେ ବୋଲି ଜଣାଯାଇଛି ।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାର କୁମ୍ଭାରପଡ଼ା, ଶାଲିଆବଗିଚା ଓ ପେନସନପଡ଼ା ଅଞ୍ଚଳରେ ୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖବର ରହିଛି । ଆକ୍ରାନ୍ତଙ୍କ ବୟସ ୧୪ରୁ ୨୦ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି ।

ତେବେ ଦୂଷିତ ପାନୀୟ ଜଳ ପିଇବା କାରଣରୁ ଏହି ଜଣ୍ଡିସ ବ୍ୟାପିଥିବା ଅଭିଯୋଗ ହୋଇଛି । ପିଏଚଡି ପାଣିକୁ ନେଇ ଏହା ବ୍ୟାପୁଥିବା ଆଶଙ୍କା କରାଯାଉଛି । କାରଣ ଆଜକୁ ଠିକ୍ ଦଶ ବର୍ଷ ତଳେ ଜିଲ୍ଲାରେ ଜଣ୍ଡିସ୍ ର ଗମ୍ଭୀର ସ୍ଥିତି ଦେଖିବାକୁ ମିଳିଥିଲା । ଯେଉଁଥିରେ ୨୪ ଜଣଙ୍କ ର ଜୀବନ ଯାଇଥିଲା ।

Comments are closed.