Latest Odisha News

BREAKING NEWS

ଭଗବାନ ଶିବଙ୍କୁ ବିବାହ କଲେ ଯୁବତୀ, ହିନ୍ଦୁ ରୀତିନୀତି ଅନୁଯାୟୀ ପଡିଲା ହାତଗଣ୍ଠି

କୁହନ୍ତି ଭଗବାନଙ୍କୁ ଯିଏ ଥରେ ପ୍ରେମ କରିବସେ ତା ପାଇଁ ସାରା ଦୁନିଆ ତୁଚ୍ଛ ମନେହୁଏ । ଆଉ ସେ ପରମେଶ୍ୱରଙ୍କ ସାନିଧ୍ୟ ଯିଏ ପାଇଛି ସେ କୃତାର୍ଥ ହୋଇଯାଇଛି । ଯାହାର ଏକ ଉଦାହରଣ ଏହି ୨୭ ବର୍ଷିୟା ଯୁବତୀ। ଯିଏ ସଂସାରର ମୟା ମୋହ ଛାଡି, ବିବାହ କରିଛନ୍ତ ସ୍ଵୟଂ ଦେବଙ୍କ ଦେବ ମହାଦେବଙ୍କୁ ।

ଉତ୍ତରପ୍ରଦେଶ: ଲୀଳାମୟ ସିଏ । ସଂହାର କର୍ତ୍ତା ବି ସେ । କୁହନ୍ତି ଭଗବାନଙ୍କୁ ଯିଏ ଥରେ ପ୍ରେମ କରିବସେ ତା ପାଇଁ ସାରା ଦୁନିଆ ତୁଚ୍ଛ ମନେହୁଏ । ଆଉ ସେ ପରମେଶ୍ୱରଙ୍କ ସାନିଧ୍ୟ ଯିଏ ପାଇଛି ସେ କୃତାର୍ଥ ହୋଇଯାଇଛି । ଯାହାର ଏକ ଉଦାହରଣ ଏହି ୨୭ ବର୍ଷିୟା ଯୁବତୀ। ଯିଏ ସଂସାରର ମୟା ମୋହ ଛାଡି, ବିବାହ କରିଛନ୍ତ ସ୍ଵୟଂ ଦେବଙ୍କ ଦେବ ମହାଦେବଙ୍କୁ ।

ଝାନ୍ସୀର ବଡ଼ଗାଁ ସ୍ଥିତ ଏକ ବ୍ରହ୍ମକୁମାରୀ ଆଶ୍ରମରେ ହୋଇଛି ଏକ ନିଆରା ବାହାଘର । ହିନ୍ଦୁ ରୀତିନୀତି ଅନୁସାରେ ଭଗବାନ ଶିବଙ୍କୁ ବିବାହ କରିଛନ୍ତି ଝାନ୍ସୀର ଜଣେ ୨୭ ବର୍ଷୀୟା ଯୁବତୀ ଗୋଲ୍ଡୀ ରାୟକବାର । ଦେବଙ୍କ ଦେବ ମହାଦେବଙ୍କୁ ନିଜର ସ୍ୱାମୀ ବନାଇଛନ୍ତି ଏହି ଯୁବତୀ । ବିବାହ ରୀତିନୀତି ଅନୁସାରେ ପ୍ରଥମେ ଏହି ନିଆରା ବିବାହ ପାଇଁ ବନ୍ଧୁ ପରିଜନ ମାନଙ୍କୁ କାର୍ଡ ବଣ୍ଟାଯାଇଥିଲା । ବିବାହ ଦିନ ଭଗବାନ ଶିବଙ୍କ ଲିଙ୍ଗକୁ ବର ବେଶରେ ସଜାଇ ରଥରେ ବସାଇ ବିବାହ ମଣ୍ଡପକୁ ଖୁବ୍ ଧୁମଧାମରେ ଆଣିଥିଲେ ବରଯାତ୍ରୀ । ବାଜା, ବାଣ, ରୋଶଣୀ କରି ଭଗବାନ ଶି ବର ବେଶରେ ପହଞ୍ଚିଥିଲେ କନ୍ୟା (ବଡ଼ଗାଁ ସ୍ଥିତ ଏକ ବ୍ରହ୍ମକୁମାରୀ ଆଶ୍ରମ) ଘରେ । ଏହାପରେ ହିନ୍ଦୁ ରୀତିନୀତି ସହିତ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଥିଲା। ସେଠାରେ ମହାଦେବଙ୍କୁ ବରଣମାଳ ପିନ୍ଧାଇ ବିବାହ କରିଥିଲେ ଯୁବତୀ । ବରଯାତ୍ରୀଙ୍କ ପାଇଁ ଭୋଜିର ଆୟୋଜନ ମଧ୍ୟ କରାଯାଇଥିଲା ।

ଝାନ୍ସୀ ବଡ଼ଗାଁର ଯୁବତୀ ଗୋଲ୍ଡୀ ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ ବ୍ରହ୍ମକୁମାରୀ ଛାତ୍ରାବାସରେ ରହି B.Com ପଢିବା ସହ ଆଧ୍ୟାତ୍ମିକ ଶିକ୍ଷା ଗ୍ରହଣ କରିଥିଲେ । ପରେ ଝାନ୍ସୀ ଆସି ବଡ଼ଗାଁ ସ୍ଥିତ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟରେ ଈଶ୍ୱରଙ୍କ ସେବାରେ ନିୟୋଜିତ ହୋଇଥିଲେ । ଗୋଲ୍ଡୀଙ୍କ କହିବା ଅନୁଯାୟୀ ସେ, ମୀରାବାଇ ଯେପରି ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ୱାମୀ ଭାବୁଥିଲେ ସେହିପରି ସେ ମଧ୍ୟ ଭଗବାନ ଶିବଙ୍କୁ ବିବାହ କରିବାକୁ ପିଲାଦିନରୁ ଚାହୁଁଥିଲେ । ଶେଷରେ ସେ ନିଷ୍ପତି ନେଇଥିଲେ ଯେ ସେ କେବଳ ଭଗବାନଙ୍କୁ ହିଁ ବିବାହ କରିବେ। ଏବଂ ଶେଷରେ ସେୟା ହିଁ ହେଲା। ଭଗବାନଙ୍କୁ ହିଁ ସେ ବିବାହ କଲେ। ଆଉ ସେ ଶିବଙ୍କୁ ବିବାହ କରି ବହୁତ ଖୁସି ଅଛନ୍ତି ଓ ସେ ସବୁବେଳେ ତାଙ୍କ ସାଥିରେ ରହିବେ ବୋଲି କହିଛନ୍ତି ଗୋଲ୍ଡୀ ।

Leave A Reply

Your email address will not be published.