ବାଲେଶ୍ଵର : କୁକୁଡାଙ୍କ ସୁରକ୍ଷା ପାଇଁ ଘେରାଯାଇଥିଲା ଜାଲ , ହେଲେ ବାହାରିଲା ଅଜଗର ସାପ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ବାଙ୍କୀପଦା ଗାଁରେ । ଗାଁର ପ୍ରତାପ ରାଉତ ନିଜ କୁକୁଡାଙ୍କୁ ବାହାର ଜନ୍ତୁଙ୍କ ଠାରୁ ସୁରକ୍ଷା ଦେବାପାଇଁ ଜାଲ ଘେରା ଦେଇଥିଲେ । ହେଲେ ଗତକାଲି ରାତିରେ ଏକ ଅଜଗର ସାପ କୁକୁଡା ଖାଇବାକୁ ଆସି ସେହି ଜାଲରେ ଛନ୍ଦି ହୋଇଯାଇଛି । ଆଜି ସକାଳୁ ପ୍ରତାପ କୁକୁଡାଙ୍କୁ ଖୋଲିବା ପାଇଁ ଯିବାବେଳେ ଏକ ଅଜଗର ସାପ ଜାଲରେ ପଡିଥିବା ଦେଖିବାକୁ ପାଇଥିଲେ ।
ସାପଟିକୁ ଧରିବା ପାଇଁ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସଂପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ପ୍ରତାପ ଅନୁରୋଧ କରିଥିଲେ । ଶୁଭେନ୍ଦୁଙ୍କ ପାଖରୁ ଖବର ପାଇ ବାଲେଶ୍ଵର ରେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ତଥା ରାଜ୍ୟ ସଂଯୋଜକ ସଞ୍ଜୟ ଦାସ ନୀଳଗିରିରେ ପହଞ୍ଚି ପ୍ରାୟ ୫ଫୁଟ ଲମ୍ବର ଅଜଗର ସାପଟିକୁ ଜାଲ କାଟି ବନ୍ଧନ ମୁକ୍ତ କରିଥିଲେ । ପରେ ବନ କର୍ମଚାରୀଙ୍କ ଉପସ୍ଥିତିରେ ସାପଟିକୁ କୁଲଡ଼ିହା ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି ।
Comments are closed.